Wed. Jun 10th, 2026

ଯୋଗୀ ସରକାର ମୁସଲମାନଙ୍କୁ କହିବେ ନାମ ପରିବର୍ତ୍ତନ କର: ଆଜମ ଖାନ୍‌

251 Views

ରାମପୁର: ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯିବା ପରେ ଉତ୍ତର ପ୍ରଦେଶର ବରିଷ୍ଠ ନେତା ଆଜମ ଖାନ ବଡ଼ ବୟାନ ଦେଇଛନ୍ତି। ଯୋଗୀ ସରକାରଙ୍କୁ କଟାକ୍ଷ କରିବା ସହିତ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଇଦ୍‌ ପାଳନ କରନ୍ତି ନାହିଁ, ଏଥି ପାଇଁ ତାଙ୍କ ସରକାର କିଛି ନୂଆ ପଦକ୍ଷେପ ନେଇପାରନ୍ତି। ମୋତେ ଲାଗୁଛି, ଯୋଗୀ ସରକାର ଆଗାମୀ ଦିନରେ ମୁସଲମାନଙ୍କୁ କହିବେ ନିଜର ନାମ ପରିବର୍ତ୍ତନ କରନ୍ତୁ।

ରାମପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜମ ଖାନ୍‌ କହିଛନ୍ତି, ରାମପୁର ନାମ ନବାବ ମୁସ୍ତଫାବାଦକୁ ପରିବର୍ତ୍ତନ କରି ରଖିଥିଲେ। ସେତେବଳକୁ ମୁସଲମାନେ ଖୋଲା ହୃଦୟର ସ୍ୱଭାବ ଥିଲେ। ସେମାନେ ରାମ ଓ ମୁସ୍ତଫାବାଦଙ୍କ ମଧ୍ୟରେ ପାର୍ଥକ୍ୟ ଦେଖୁ ନଥିଲେ। ଅଧିକ ସଂଖ୍ୟାରେ ମୁସଲମାନ ଥିଲେ ବି ରାମପୁରକୁ ସେମାନେ ମୁସ୍ତଫାବାଦ କହୁ ନଥିଲେ।

ଆଜମ ଖାନ କହିଛନ୍ତି, କିଙ୍ଗ ଜଜ ମେଡିକାଲ କଲେଜର ନାମ ପରିବର୍ତ୍ତନ ହୋଇଥିଲା କିନ୍ତୁ ଏହାକୁ ସମସ୍ତେ ବିରୋଧ କରିବାରୁ ଏହାର ନାମ କିଙ୍ଗ ଜଜ ହିଁ ରହିଗଲା। ଯୋଗୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ସରକାର ନାମ ପରିବର୍ତ୍ତନ କରି ନିଜର ପାରିବା ପଣିଆକୁ ପ୍ରମାଣିତ କରୁଛନ୍ତି। ସେ କହିଛନ୍ତି, ନାମ ଏଭଳି ଜିନିଷ, ଯାହାକି ହୃଦୟରେ ଲେଖି ହୋଇ ଯାଇଥାଏ। ସେ କହିଛନ୍ତି, ଦିନ ଆସିବ ସରକାର ମୁସଲମାନ ଲୋକଙ୍କୁ ନାମ ପରିବର୍ତ୍ତନ କରିବାକୁ କହିବେ।

By amfnews

Related Post