Sun. Oct 18th, 2026

ଯୁବତୀଙ୍କ ସ୍ନାନ ସମୟର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ କରିବ ବୋଲି ଧମକାଇ ବାରମ୍ବାର ଦୁଷ୍କର୍ମ କରୁଥିଲା ଘରମାଲିକ, ଥାନାରେ ଏତଲା ଦେଲେ ପୀଡ଼ିତା

632 Views

ଲକ୍ଷ୍ନୌ: ଅଶ୍ଳୀଳ ଫଟୋ ଦେଖାଇ ଘରମାଲିକ ଜଣେ ଯୁବତୀ ଏକାଧିକବାର ଦୁଷ୍କର୍ମ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସର ସୂଚନା ଅନୁଯାୟୀ ସରୋଜିନୀ ନଗରରେ ଜଣେ ଯୁବତୀ ଘରଭଡ଼ା ନେଇ ଚାକିରି ଖୋଜୁଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଘରମାଲିକ ତାଙ୍କୁ ଦୁଇ ଜଣ ଯୁବତୀଙ୍କ ସହିତ ରହିବାକୁ ଘର ଦେଲେ।

ଯୁବତୀମାନଙ୍କର ସ୍ନାନ କରିବାବେଳେ ଘର ମାଲିକ ପ୍ରଦୀପ ସିଂହ ଡାଲିୟା ସେମାନଙ୍କର ଅଶ୍ଳୀଳ ଫଟୋ ଉଠାଇ ପୀଡ଼ିତାଙ୍କ ଫୋନ୍‌କୁ ପଠାଇଥିଲେ। ଏହାପରେ ପ୍ରଦୀପ ସେହି ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବାର ଧମକ ଦେଇ ପୀଡିତାଙ୍କ ସହିତ ବହୁବାର ଦୁଷ୍କର୍ମ କରିଥିଲେ।

ସେହି ସମୟରେ ପ୍ରଦୀପ ତାଙ୍କୁ ଜବରଦସ୍ତି ବାହାହେବାକୁ ବି ପ୍ରସ୍ତାବ ଦେଇଥିଲୋ। ପୀଡ଼ିତା ଭୟରେ ବାହା ହେବାକୁ ରାଜି ହୋଇଥିଲେ। ବାହାଘର ଆଳରେ ଅଭିଯୁକ୍ତ ପ୍ରଦୀପ ପୀଡିତାଙ୍କ ଘର ଲୋକଙ୍କଠାରୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲା। ଏହାପରେ କ୍ଷୁବ୍ଧ ହୋଇ ପୀଡିତା ପ୍ରଦୀପଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲେ। ପୁଲିସ ପ୍ରଦୀପକୁ ଗିରଫ କରିବା ସହିତ ତା’ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛିି।

By amfnews

Related Post