Sat. Sep 5th, 2026
188 Views

ପିପିଲି : ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡ଼ିଆ ଗାଁରେ ବ୍ରାଉନସୁଗର ବେପାରକୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମାଡ଼ ହୋଇଛି I ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଗୁରୁତର ଯୁବକଙ୍କ ନା ଅଜୟ। ତାଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଅନୁସାରେ, ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଯୁବକ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରୁଥିଲେ। ଏନେଇ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଗୁରୁତର ଯୁବକଙ୍କ ଘର ଆଗରେ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ବୋମାମାଡ଼ରେ କୌଣସି ଅଘଟଣ ଘଟି ନଥିବା ସୂଚନା ମିଳିଛି। ପିପିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କାକୁଡ଼ିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

By amfnews

Related Post