Sat. Sep 5th, 2026

ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

306 Views

ମୋହନା :  ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାନିଲଡ୍ଡୀ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନନ୍ଦ ନାୟକ। ତାଙ୍କ ଘର ଝିଲିକି ଗାଁରେ।

ଗତକାଲି ସନ୍ଧ୍ୟାରେ ନନ୍ଦ ନାୟକ ବୁଢାନିକଡ୍ଡୀ ଗାଁ ନୁକଟସ୍ଥ ଜଙ୍ଗଲକୁ ସଲପ ମଦ ଆଣିବାକୁ ଯାଇଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ପରିବାର ଲୋକେ ଜଙ୍ଗଲରେ ତାଙ୍କ ମୃତଦେହ ମୁହଁ ମାଡି ପଡ଼ିଥିବା ଦେଖି ପୁଲିସ୍‌କୁ ଜଣାଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ନନ୍ଦ ନାୟକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post