Mon. Sep 14th, 2026

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

209 Views

ରାଉରକେଲା  :  ରାଉରକେଲା ଛେଣ୍ଡ କଲୋନୀ ଅଞ୍ଚଳସ୍ଥିତ ସ୍ୱାମୀ ନିଗମାନନ୍ଦ ଆଶ୍ରମ ପରିସରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ରଥ।

ସୂର୍ଯ୍ୟକାନ୍ତ ସ୍ଥାନୀୟ ଏକ କଲେଜରେ କାମ କରୁଥିଲେ ଏବଂ ଏହି ଆଶ୍ରମରେ ରହୁଥିଲେ। ହେଲେ ଆଜି ସକାଳୁ ସେ କବାଟ ନ ଖୋଲି ନ ଥିଲେ। ଏହାପରେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍‌ ଏବଂ ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି।

By amfnews

Related Post