Fri. Jun 12th, 2026

ଯନ୍ତାପାଇ ହାଟରେ ଆଦିବାସୀ ମେଳି ପୂର୍ବରୁ ୧୪୪ ଧାରା ଜାରି

229 Views

ମାଲକାନଗିରି : ଶୁକ୍ରବାର ସକାଳୁ ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଯନ୍ତାପାଇ ହାଟରେ ଆଦିବାସୀ ମେଳିକୁ ବିଫଳ କରିବାକୁ ପୁଲିସ ୧୪୪ ଧାରା ଜାରି କରିଛି। ସମଗ୍ର ଅଞ୍ଚଳରେ ପୁଲିସ ଛାଇ ହୋଇ ରହିଥିବା ସତ୍ତ୍ୱେ ସେଠାକାର ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସମବେତ ହେବାରେ ଲାଗିଛନ୍ତି।

ଗତ ସପ୍ତାହର ଶୁକ୍ରବାର ଦିନ ଚିତ୍ରକୋଣ୍ଡା ବ୍ଲକ୍‌ର ଧୂଳିପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଙ୍ଗିଣିଗୁଡ଼ା ଗାଁର ରାଜୁ ହନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗାଁ’ର ବିଏସ୍‌ଏଫ୍‌ ଯବାନମାନେ ଯନ୍ତାପାଇ ହାଟରୁ ଉଠାଇ ନେଇଥିଲେ। ଶନିବାର ଅର୍ଥାତ୍‌ ତହିଁ ଆରଦିନ ଯନ୍ତାପାଇ ହାଟରୁ ତାଙ୍କର ଶବ ମିଳିବା ପରେ ସେ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହୋଇ କ୍ରମେ ତୀବ୍ରତର ହୋଇଥିଲା।

ପରେ ପରେ ସେଠାରେ ଆରମ୍ଭ ହୋଇଥିଲା ମେଳି। ମେଳିର ଲୋକେ ପୁଲିସକୁ ମଧ୍ୟ ମାରଧର କରିଥିଲେ, କିନ୍ତୁ ଘଟଣାର କୌଣସି ସମାଧାନ ହୋଇ ନ ଥିଲା।

ଗତକାଲି ଯନ୍ତାପାଇ ହାଟରେ ଗୋଟାଏ ବଡ଼ ପ୍ରଜାମେଳି ପାଇଁ ଆଦିବାସୀମାନେ ଡାକରା ଦେଇଥିଲେ। କୌଣସି କାରଣରୁ ତାହା ସମ୍ଭବ ନ ହେବାରୁ ଆଜି ଯନ୍ତାପାଇ ମେଳି ହେଉଛି। ପୁଣି ଆଜି ସେଠାକାର ହାଟପାଳି ହୋଇ ଥିବାରୁ ଅଧିକ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି।

By amfnews

Related Post