Fri. Aug 14th, 2026

ମୌନୀ ଅମାବାସ୍ୟାରେ ଦ୍ୱିତୀୟ ଶାହି ସ୍ନାନ, ସକାଳ ୬ଟା ସୁଦ୍ଧା ୧ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେ

434 Views

ପ୍ରୟାଗରାଜ: ଆଜି ମାଘ ମାସ କୃଷ୍ଣ ପକ୍ଷ ଅମାବାସ୍ୟା (ମୌନୀ ଅମାବାସ୍ୟା)। ଏହି ତିଥିରେ କୁମ୍ଭମେଳା ଅବସରରେ ଆଜି ଦ୍ଵିତୀୟ ଶାହି ସ୍ନାନ ଅନୁଷ୍ଠିତ ହୋଇଛି। ସକାଳ ୬ଟା ସୁଦ୍ଧା ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି।

View image on TwitterView image on TwitterView image on Twitter
ଚଳିତ ବର୍ଷ ମୌନୀ ଅମାବାସ୍ୟାର ପବିତ୍ର ତିଥି ୪ ଫେବ୍ରୁଆରିରେ ଅର୍ଥାତ ଆଜି ପଡ଼ିଛି। ମକର ସଂକ୍ରାନ୍ତୀରେ ପ୍ରଥମ ଶାହି ସ୍ନାନ ପରେ ଏହି ପବିତ୍ର ମୌନୀ ଅମାବାସ୍ୟାରେ ଦ୍ୱିତୀୟ ଶାହି ସ୍ନାନ କରାଯାଉଛି। ବିଭିନ୍ନ ଅଖଡ଼ାରୁ ସାଧୁସନ୍ଥମାନେ ଶୋଭାଯାତ୍ରାରେ ଆସି ସଯ୍ୟୋଦୟ ପୂର୍ବରୁ ଏହି ଶାହି ସ୍ନାନରେ ସାମିଲ ହୋଇଛନ୍ତି। ଏତଦ୍‌ବ୍ୟତୀତ ବହୁ ସଂଖକ ଶ୍ରଦ୍ଧାଳୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ଣ ୩ଟା ସୁଦ୍ଧା ପ୍ରାୟ ୩ କୋଟି ଲୋକ ଆଜି ପବିତ୍ର ବୁୁଡ଼ ପକାଇବାର ସମ୍ଭାବନା ରହିିଛି।ଏଥିପାଇଁ ଉତ୍ତର ପ୍ରଦେଶ ସରକାର ଘାଟ ସଂଖ୍ୟା ମଧ୍ୟ ବଢ଼ାଇଥିବା ବେଳେ ବ୍ୟାପକ ପୁଲିିସ ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ସେହିପରି ଶହ ଶହ ସିସିଟିଭି କ୍ୟାମେରା ଜରିଆରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି।

By amfnews

Related Post