Thu. Jun 11th, 2026

ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ଚୀନ୍‌କୁ ବାଦ୍‌ ଦେବାକୁ ଦାବି କଲା ସ୍ୱଦେଶୀ ଜାଗରଣ ମଞ୍ଚ

259 Views

ନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ୍‌ ଆଝାର୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବାକୁ ଚୀନ୍‌ ୟୁଏନଏସସିରେ ଭିଟୋ ପ୍ରୟୋଗ କରିବା ଫଳରେ ଦେଶରେ ଏହାକୁ ନେଇ ଚୀନ୍‌ ବିରୁଦ୍ଧରେ  ସ୍ୱର ଉଠିଲାଣି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‌) ର ସହଯୋଗୀ ସଂଗଠନ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରାଯାଇଛି ଯେ ସେ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ଚୀନ୍‌କୁ ବାଦ୍‌ ଦିଅନ୍ତୁ।

ଏ ସଂପର୍କରେ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖାଯାଇଛି। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଦେଶରେ ଚୀନ ଉତ୍ପାଦ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଉ। ତା’ସହିତ ଚୀନର ଆମଦାନି ଉପରେ ପ୍ରଚୁର  କର ବ୍ୟବସ୍ଥା ଗ୍ରହଣ କରାଯିବା ଲାଗି ଦାବି କରାଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ  ପକ୍ଷରୁ କୁହାଯାଇଛି ଯେ ଆଗରୁ ପାକିସ୍ତାନ ବିପକ୍ଷରେ ଭାରତ ଯେଉଁଭଳି କଡ଼ା ପଦକ୍ଷେପ ନେଇଛି, ଠିକ୍‌ ସେହିଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଚୀନ ବିରୁଦ୍ଧରେ ଗ୍ରହଣ କରିବା ଉଚିତ।

By amfnews

Related Post