Wed. Sep 30th, 2026

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

372 Views

ଆବୁ ଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ ହୋଇଛନ୍ତି। ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବା ପାଇଁ ତାଙ୍କ ପ୍ରୟାସ ପାଇଁ ଏହି ସମ୍ମାନ ଦିଆଯାଇଥିବା ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ବିଭିନ୍ନ ରାଷ୍ଟ୍ର ନେତାମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌, ରାଣୀ ଏଲୁଜାବେଥ୍‌ ଦ୍ୱିତୀୟ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଆଦି ରାଷ୍ଟ୍ରନେତାଙ୍କୁ ପୂର୍ବରୁ ୟୁଏଇ ସମ୍ମାନିତ କରିସାରିଛି।

ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଏହି ଅଦ୍ୱିତୀୟ ସମ୍ମାନ ଆମ ସୁଦୃଢ଼ ସମ୍ପର୍କର ଏକ ପ୍ରତିଫଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ୍‌ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହି ସମ୍ମାନକୁ ଭାରତର ୧୩୦ କୋଟି ନାଗରିକଙ୍କ କୌଶଳ ଏବଂ ପାରିବାପଣିଆକୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି, ଏହା କୌଣସି ବ୍ୟକ୍ତି ପାଇଁ ନୁହେଁ, ଏହା ଭାରତୀୟ ସଂସ୍କୃତିକୁ ସମ୍ମାନ।

ସୂଚନାଯୋଗ୍ୟ ଯେ, ଏହି ପୁରସ୍କାର ୟୁଏଇର ଜାତିର ପିତା ଶେଖ୍‌ ଜାୟେଦ୍‌ ବିନ୍‌ ସୁଲତାନ୍‌ ଆଲ ନାହ୍ୟାନ୍‌ଙ୍କ ନାମରେ ଦିଆଯାଏ। ଆଉ ଚଳିତ ବର୍ଷର ସ୍ୱାତନ୍ତ୍ର୍ୟ ହେଉଛି ଏବର୍ଷ ଶେଖ୍‌ ଜାୟେଦ୍‌ଙ୍କ ଜନ୍ମ ଶତ ବାର୍ଷିକୀ।

By amfnews

Related Post