Thu. May 14th, 2026

ମୋଦିଙ୍କ ସମର୍ଥିତ ଫେସ୍‌ବୁକ୍‌ ପେଜ୍‌ରେ ବିଜ୍ଞାପନ ପାଇଁ ୧ ସପ୍ତାହକୁ ୭୭ ଲକ୍ଷ ଟଙ୍କା ଖର୍ଚ୍ଚ, ମୋଦିଙ୍କୁ ଭୋଟ ଦେଲେ ମିଳିବ ଆକର୍ଷଣୀୟ ଉପହାର

242 Views

ନୂଆଦିଲ୍ଳୀ: ଆଜିକାଲିକା ସମୟରେ ସୋସିଆଲ୍‌ ମିଡିଆର ପ୍ରଭାବ ଢେର୍‌ ବ୍ୟାପକ। ୨୦୧୪ ମସିହା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି(ବିଜେପି) ନିଜ ଦଳର ପ୍ରଚାର କରିବା ପାଇଁ ଏହି ସୋସିଆଲ୍‌ ମିଡିଆର ସବୁଠାରୁ ଅଧିକ ସହାୟତା ନେଇଥିଲା। ୨୦୧୯ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଲା। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ସୋସିଆଲ୍‌ ମିଡିଆରେ ସକ୍ରିୟ ହୋଇ ପଡ଼ିଛନ୍ତି। ୨୦୧୪ ନିର୍ବାଚନ ପରି ଏଥର ବି ସୋସିଆଲ୍‌ ମିିଡିଆ ପ୍ରଚାରରେ ଆଗରେ ରହିଛି ଭାଜପା।

‘ଫେସ୍‌ବୁକ୍‌ ଓ୍ଵିକ୍‌ଲି ଆଣ୍ଡ୍‌ ଲାଇବ୍ରେରି ରିପୋର୍ଟ’ ମୁତାବକ ଫେସ୍‌ବୁକ୍‌ରେ ଥିବା ଭାଜପା ସମର୍ଥିତ ଏକ ପେଜ୍‌ ମାତ୍ର ୧ ସପ୍ତାହ ମଧ୍ୟରେ ଦଳର ରାଜନୈତିକ ପ୍ରଚାର ବିଜ୍ଞାପନରେ ୪୬, ୬୨,୨୮୧ ଟଙ୍କା ଖର୍ଚ୍ଚ କରିଛି। ଭାଜପା ସମର୍ଥିତ ଏହି ପେଜ୍‌ର ନାମ ରହିଛି ‘ମାଇଁ ଭୋଟ୍‌ ଟୁ ମୋଦି’। ତେବେ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମାର୍ଚ ୧୭ ରୁ ୨୩ ତାରିଖ ମଧ୍ୟରେ ‘ମାଇଁ ଭୋଟ୍‌ ଟୁ ମୋଦି’ ପେଜ୍‌ ଜରିଆରେ ଗୋଟିଏ ସପ୍ତାହ ଭିତରେ ବିଜେପି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ସେହିପରି ବିଜେପିର ଫେସ୍‌ବୁକ୍‌ ପେଜ୍‌ ‘ଭାରତ କେ ମନ୍‌ କୀ ବାତ’ ପାଇଁ ୯, ୬୮, ୭୬୬, ନେସନ୍‌ ଉଇଥ୍‌ ନାମୋ ପେଜ୍‌ ପାଇଁ ୬,୬୧, ୧୪୩, ଆର୍‌କେ ସିହ୍ନା ପେଜ୍‌ ପାଇଁ ୧,୨୩,୯୨୮, ମୋହିତ ଭରତିଆ ପେଜ୍‌ ପାଇଁ ୯୮,୫୦୭, ନରେନ୍ଦ୍ର ଖିଳଚର୍‌ ପେଜ୍‌ ପାଇଁ ୮୮, ୧୦୦, ନାମୋଲିଗ୍‌ ନରେନ୍ଦ୍ର ମୋଦି-ଫ୍ୟାନ୍ସ ପେଜ୍‌ ପାଇଁ ୭୭,୦୫୦, ଭାରତୀୟ ଜନତା ପାର୍ଟି ପେଜ୍‌ ପାଇଁ ୭୬,୬୯୭ ଟଙ୍କା ସପ୍ତାହ ଭିତରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି। ବିଜେପି ବିଜ୍ଞାପନରେ ସମୁଦାୟ ୬,୭୫୬, ୪୭୨ ଟଙ୍କା ଖର୍ଚ୍ଚ କରିଛି। ବିଭିନ୍ନ ରାଜନୈତିକ ବିଜ୍ଞାପନରେ ସପ୍ତାହ ଭିତରେ ସମୁଦାୟ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟ ରହିଛି। କେବଳ ଶୀର୍ଷ ୨୦ ଫେସ୍‌ବୁକ୍‌ ପେଜ୍‌ ପାଇଁ କେବଳ ୧.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

By amfnews

Related Post