Sun. Sep 27th, 2026

ମୋଦି ସରକାର ଉପରେ ବାବୁ ଖପ୍ପା! ମାଗିଲେ ଭିଆରଏସ୍‌

276 Views

ନୂଆଦିଲ୍ଲୀ: ବରିଷ୍ଠ ବ୍ୟୁରୋକ୍ରାଟ୍‌ ସୁଭାଷ ଚନ୍ଦ୍ର ଗର୍ଗ ମୋଦି ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି। ଗତକାଲି ତାଙ୍କୁ ଅର୍ଥ ମନ୍ତ୍ରଣାଳୟରୁ ବଦଳି କରି ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଥିଲା। ତେବେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଶ୍ରୀ ଗର୍ଗ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍‌) ପାଇଁ ଆବେଦନ କରିଛନ୍ତି।

ଅର୍ଥ ମନ୍ତ୍ରଣାଳୟରେ ଶ୍ରୀ ଗର୍ଗ ସବୁଠାରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତିକ ବ୍ୟାପାର ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ଅର୍ଥ ସଚିବ ପାହ୍ୟାର ସମସ୍ତ ସୁବିଧାସୁଯୋଗ ତାଙ୍କୁ ମିଳୁଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ତାଙ୍କୁ ଗତକାଲି ଶକ୍ତି ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।

ଅର୍ଥ ମନ୍ତ୍ରଣାଳୟ ତୁଳନାରେ ଶକ୍ତି ମନ୍ତ୍ରଣାଳୟର କ୍ଷମତା ଅତ୍ୟନ୍ତ ସୀମିତ। ଆଜି ସକାଳେ ଗର୍ଗ ଅର୍ଥ ମନ୍ତ୍ରଣାଳୟରେ ଥିବା ତାଙ୍କ ଚ୍ୟାମ୍ବରକୁ ଆସିଥିଲେ। ତେବେ ମଧ୍ୟାହ୍ଣ ବେଳକୁ ସେ ଚାଲି ଯାଇଥିଲେ।୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଶ୍ରୀ ଗର୍ଗ ହେଉଛନ୍ତି ରାଜସ୍ଥାନ କ୍ୟାଡରର। ତେବେ ତାଙ୍କ ଭିଆରଏସ୍‌ ସରକାର ଗ୍ରହଣ କରିବେ କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

By amfnews

Related Post