Mon. Sep 7th, 2026

ମୋଦି ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

447 Views

ଭୁବନେଶ୍ୱର: ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯଥାର୍ଥତା ନାହିଁ ବୋଲି ଓଡ଼ିଶାର ମୁଖ୍ୟମନନ୍ତ୍ରୀ ଓ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ମତ ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ବେଳେ ସେ କହିଛନ୍ତି: ବାସ୍ତବିକ ମୁଁ ସେମିତି ମନେକରୁନି। ନା। ସେ ଆହୁରି କହିଛନ୍ତି: ମୋଦି ସଫଳ ହୋଇ ପାରି ନାହାନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ବେକାରୀ, ଜଳସେଚନ ଏବଂ ରେଳବାଇ କ୍ଷେତ୍ରରେ ବିକାଶ ହୋଇ ନାହିଁ।

ସେ କିନ୍ତୁ, ବିଜେପି ନେତା ଅଟଳବିହାରୀ ବାଜପେୟୀଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବିବେଚନା କରିଛନ୍ତି। ଓଡ଼ିଶାର ଦାବିକୁ ସମର୍ଥନ କରୁଥିବା ଯେ କୌଣସି ପକ୍ଷକୁ ବିଜେଡି ଲୋକସଭାରେ ସମର୍ଥନ କରିବେ ବୋଲି ସେ ପୁଣି ଥରେ କହିଛନ୍ତି।

କଂଗ୍ରେସ ପାର୍ଟିର ଜଣେ ନେତା ହିସାବରେ ରାହୁଳ ଗାନ୍ଧୀଙ୍କୁ କିଭଳି ଦୃଷ୍ଟିରେ ଦେଖନ୍ତି ବୋଲି ପଚରା ଯିବାରୁ ସେ କହିଲେ, ସେ ତଥାପି ପରିପକ୍ୱ ହୋଇ ନାହାନ୍ତି। ଓଡ଼ିଶା ଆଉ ଏକ ତ୍ରିପୁରା ହେବ ଯେଉଁଠି ବିଜେପି ସରକାର ଗଢ଼ିବ ବୋଲି ମୋଦି ଦେଇଥିବା ବିବୃତିକୁ ବିଦ୍ରୂପ କରି ମୁଖ୍ୟମନ୍ତ୍ରୀ କହିଲେ: ତାଙ୍କ (ନରେନ୍ଦ୍ର ମୋଦି) ସ୍ୱପ୍ନରେ। ଏଥର ନିର୍ବାଚନରେ ବିଜେଡି ନିରାପଦ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସେ ଦୃଢ଼ ଭରସା କରିଛନ୍ତି।

By amfnews

Related Post