Sat. Sep 5th, 2026

ମୋଟେରା ଷ୍ଟାଡିୟମ୍‌ରେ ଟ୍ରମ୍ପ୍‌ ଓ ମୋଦୀଙ୍କ ଉଦ୍‌ବୋଧନ

222 Views

ନୂଆଦିଲ୍ଲୀ: ସାବରମତୀ ଆଶ୍ରମ ପରିଦର୍ଶନ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଛନ୍ତି।

ଷ୍ଟାଡିୟମ୍‌ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି ସମବେତ ଜନତା ଟ୍ରମ୍ପ୍‌ ଓ ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହ ମେଲାନିଆ ମଧ୍ୟ ମଞ୍ଚ ଉପରକୁ ଯାଇଥିଲେ।

ଏହାପରେ ପରିବେଶଣ କରାଯାଇଥିଲା ଉଭୟ ଦେଶର ଜାତୀୟ ସଙ୍ଗୀତ। ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଆରମ୍ଭ କରି ଟ୍ରମ୍ପ୍‌ଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ସେ କହିଲେ ଯେ ଭାରତରେ ପହଞ୍ଚୁ ପହଞ୍ଚୁ ରାଷ୍ଟ୍ରପତି ଟ୍ରମ୍ପ୍‌ ସାବରମତୀ ଆଶ୍ରମକୁ ଯାଇଥିବାରୁ ସେ ଆନନ୍ଦିତ। ସମଗ୍ର ଭାରତ ଟ୍ରମ୍ପ୍‌ଙ୍କ ପରିବାକୁ ସ୍ୱାଗତ କରୁଛି।

ସେ ପୁଣି କହିଲେ ଯେ ଆମ୍ଭମାନଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ୍‌’ର ଗୂଢ଼ ଅର୍ଥ ରହିଛି। ଏହି ଗସ୍ତ ଆମର ବନ୍ଧକୁ ଆହୁରି ଦୃଢ଼ କରିବ। ଇତିହାସ ପୁନଃରାବୃତ୍ତି ହେଉଥିବା ପରି ଆଜି ମୋର ମନେହେଉଛି। ୫ ମାସ ତଳେ ମୁଁ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ଯାଇଥିଲି। ଆଜି ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦ ଆସିଛନ୍ତି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ।

By amfnews

Related Post