Thu. May 21st, 2026

ମୋଟା ନିଶ ଥିବା ପୁଲିସ କର୍ମଚାରୀଙ୍କୁ ମିଳିବ ମାସିକ ୨୫୦ ଟଙ୍କା

266 Views

ଲକ୍ଷ୍ନୌ, ଜାନୁଆରୀ ୧୮ : ଯଦି ଆପଣ ପ୍ରୋଭିନ୍‌ସିଆଲ୍‌ ଆର୍ମଡ୍‌ କନଷ୍ଟେବୁଲରି(ପିଏସି) ରେ ଅଛନ୍ତି ଓ ନିଶ ରଖିବାର ସଉକ ରଖୁଥାନ୍ତି,ତେବେ ଆପଣଙ୍କ ପାଇଁ ଖୁସି ଖବର। ବଡ଼ ନିଶ ରଖିଲେ ପିଏସି କର୍ମଚାରୀମାନଙ୍କୁ ମାସିକ ୨୫୦ ଟଙ୍କା ଯାଏଁ ପ୍ରୋତ୍ସାହନ ଅର୍ଥ ମିଳିବ। ଆଗରୁ ଏଥିପାଇଁ ମାତ୍ର ୫୦ ଟଙ୍କା ମିଳୁଥିଲା। ପିଏସିର ସମସ୍ତ ୩୩ ବାଟାଲିୟନରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଏଡିଜି ବିନୋଦ କୁମାର ସିଂହ ସର୍କୁଲାର୍‌ ଜାରି କରିଛନ୍ତି।

ଏଡିଜି ବିନୋଦ କୁମାର କହିଛନ୍ତି ଯେ କୁମ୍ଭ ମେଳାରେ ସେ ପହଞ୍ଚିଥିଲେ। ସେଠାରେ କେତେକ ମୋଟା ନିଶ ରଖିଥିବା ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିପାଇଁ ସେ ଏହାକୁ ପ୍ରୋତ୍ସାହନ ଦେବାକୁ ଠିକ୍‌ ମନେ କରିଥିଲେ। କେଉଁମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ,ତାହା କଂପାନିର କମାଣ୍ଡର ଚୟନ କରିବେ। ଖୁବ୍‌ ଶୀଘ୍ର ବଜେଟ୍‌ରେ ଏହି ରାଶି ରଖିବା ପାଇଁ ବ୍ୟବସ୍ଥା କରାଯିବ। ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ କହିଛନ୍ତି ଯେ ମୋଟା ନିଶ ରଖୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁ ନଥିବା ଯୋଗୁଁ ସେଭଳି ପୁଲିସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି ।ଏହି ନୂଆ ଯୋଜନା ଫଳରେ ଅଧିକରୁ ଅଧିକ କର୍ମଚାରୀ ଏହାର ଫାଇଦା ଉଠାଇବେ।

By amfnews

Related Post