Sun. Jul 26th, 2026

ମୋକିଆ ଏସ୍‌ବିଆଇ ଶାଖା ୧୫ ପର୍ଯ୍ୟନ୍ତ ବନ୍ଦ, ସବୁ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

194 Views

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆ ଏସବିଆଇ ଶାଖା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି  ବ୍ୟାଙ୍କ କର୍ତ୍ତୃପକ୍ଷ l ମୋକିଆ SBI ଶାଖାରେ ଜଣକୁ କରୋନାର ଲକ୍ଷଣ ଦେଖା ଦେଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ବ୍ୟାଙ୍କ  ଗେଟରେ ଏକ ନୋଟିସ ଲଗାଇ ବ୍ୟାଙ୍କ ବନ୍ଦ ରଖି ଥିବା ଜଣାଯାଇଛି।

ଏନେଇ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଏସବିଆଇ ଆଞ୍ଚଳିକ ମ୍ୟାନେଜର ଏକ ଚିଠି ମୋକିଆ ବ୍ରାଞ୍ଚ ମ୍ୟାନେଜରକୁ  କରିଥିଲେ। ସେଥିରେ ସମସ୍ତ  ଷ୍ଟାଫ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଦେଇଛନ୍ତି l ଚିଠିରେ ବ୍ୟାଙ୍କ  ବନ୍ଦ ରଖିବାକୁ କୁହାଯାଇଛି l  ସମ୍ପୃକ୍ତ କର୍ମଚାରୀ  ଜଣକର କରୋନା ଲକ୍ଷଣ ଦେଖା ଦେବାରୁ  ୦୨.୦୪.୨୦ ରେ ମେଡିକାଲ ଚେକଅପ କରାଇଥିଲେ l

ଅନ୍ୟପଟେ ଗତକାଲି ପାପଡାହାଣ୍ଡି ବିଡ଼ିଓ ଓ ଆଇଆଇସି ଉକ୍ତ ବ୍ୟାଙ୍କକୁ ଯାଇ ବ୍ରାଞ୍ଚ ମ୍ୟାନେଜରଙ୍କୁ କଥା ହୋଇଥିଲେ । ଫଳରେ ଆଜି ବ୍ୟାଙ୍କ ବନ୍ଦ  କରାଯାଇ ଥିଲା l ଏହାକୁ ନେଇ ବିଡ଼ିଓ, ଜିଲ୍ଲାପାଳ, ଆଇଆଇସିଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ କ୍ୟାମେରା ସାମ୍ନାରେ ମତାମତ ଦେବାକୁ ମନା କରିଛନ୍ତି l

By amfnews

Related Post