Fri. Jul 3rd, 2026

‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ

196 Views

ଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ।

ଅର୍ଥ ବିଭାଗର ପ୍ରମୁଖ ସଚିବ ଏ. କେ. ମୀନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ୍‌ର ପ୍ରକଳ୍ପ ନିର୍ଦେଶିକା ଶାଳିନୀ ପଣ୍ଡିତ ଆଜି ସକାଳୁ ଜୟପୁରରେ ପହଞ୍ଚି ମାଲକାନଗିରି ଅଭିମୁଖେ ଯାତ୍ରା କରିଛନ୍ତି।

‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ ଜୟପୁର ବିମାନ ବନ୍ଦର, ସ୍ୱାସ୍ଥ୍ୟ ସେବା ସହ ଅନ୍ୟାନ୍ୟ କେତେକ ବିଭାଗର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ବୁଧବାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯: ୩୦ରେ ଜୟପୁରରେ ପହଞ୍ଚିଥିବା ଏହି ପ୍ରଶାସନିକ ଅଧିକାରୀମାନେ ପରେ ପରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସେଠାକାର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ।

By amfnews

Related Post