Sat. Sep 26th, 2026

ମୋଦୀଙ୍କ ବଡ଼ ଘୋଷଣା: ଆଜି ରାତି ୧୨ଟାଠାରୁ ୨୧ ଦିନ ଲାଗି ସାରା ଦେଶ ହେବ ‘ଲକ୍ ଡାଉନ୍’

227 Views

ନୂଆଦିଲ୍ଲୀ: ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଆଜି ମଧ୍ୟରାତ୍ର ଠାରୁ ସମଗ୍ର ଦେଶରେ ଆଗାମୀ ୩ ସପ୍ତାହ ଅର୍ଥାତ ୨୧ ଦିନ ପାଇଁ ସଂପୂର୍ଣ୍ଣ ‘ଲକ୍‌ଡାଉନ୍‌’ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ବ୍ୟାପି ମହାମାରୀର ରୂପ ଧାରଣ କରି ସମଗ୍ର ଦେଶ ପାଇଁ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ କେବଳ ମାତ୍ର ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେଥିପାଇଁ ସରକାରଙ୍କୁ ଏ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେବାକୁ ପଡ଼ିଲା।

ପରିସ୍ଥିତିର ଗୁରୁତ୍ୱ ଓ ସମୟର ଆବଶ୍ୟକତାକୁ ହୃଦୟଙ୍ଗମ କରି ଦେଶବାସୀ ସରକାରଙ୍କ ‘ଲକ୍‌ଡାଉନ୍‌’କୁ ପାଳନ କରିବା ସହ ନିଜ ଘର ଭିତରେ ରହିବେ ଓ ସାମାଜିକ ଦୂରତା ବଜାୟ ରଖବେ। ନିଜ ପରିବାର, ନିଜ ଜୀବନକୁ ବଞ୍ଚାଇବା ପାଇଁ ସର୍ବାଧିକ ପ୍ରାଥମିକତା ପୂର୍ବକ ଦେଶବାସୀ ସେମାନଙ୍କ ନିଜ ନିଜ ଘର ସମ୍ମୁଖରେ ଲକ୍ଷ୍ମଣ ରେଖା ଟାଣି ‘ଲକ୍‌ଡାଉନ୍‌’ ସମୟ କାଳ ମଧ୍ୟରେ ୩ ସପ୍ତାହ ପାଇଁ କେବଳ ମାତ୍ର ନିଜ ଭିତରେ ହିଁ ରହିବା ପାଇଁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି।

By amfnews

Related Post