Sat. Sep 12th, 2026

ମୋଦୀ-ମମତାଙ୍କ ବିରୋଧରେ ଗର୍ଜିଲେ ରାହୁଳ

335 Views

‌କୋଲକାତା : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପଶ୍ଚିମବଙ୍ଗରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗର ମାଲ୍‌ଦା ଜିଲ୍ଲାରେ ରାହୁଲ ଆଜି ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଆହ୍ବାନ ଦେଇଥିଲେ। ମମତାଙ୍କ ଗଡ଼ରେ ରାହୁଲ ଆଜି ମମତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଏକା ପ୍ରକାରର। ଉଭୟ ନେତା ସେମାନଙ୍କ ସରକାର ଚଳାଇବାପାଇଁ ଅନ୍ୟ କାହାର ପରାମର୍ଶ ନିଅନ୍ତି ନାହିଁ କି ଲୋକମାନଙ୍କ ମତକୁ ବି ଖାତିର କରନ୍ତି ନାହିଁ। ଏହି ଦୁଇ ନେତା କେବଳ ସେମାନଙ୍କ ଭାଷଣରେ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମାଲ୍‌ଦାରେ କହିଛନ୍ତି। ସୂଚନାଯୋଗ୍ୟ ୨୦୧୬ ଏପ୍ରିଲ ପରେ ପଶ୍ଚିମବଙ୍ଗରେ ରାହୁଲଙ୍କର ଏହା ପ୍ରଥମ ରୢାଲି। ମମତାଙ୍କୁ ସିଧାସଳଖ ଆକ୍ଷେପ କରି ରାହୁଲ କହିଛନ୍ତି, ପଶ୍ଚିମବଙ୍ଗ ଏବେ ଜଣଙ୍କ ଦ୍ବାରା ହିଁ ପରିଚାଳିତ ହେଉଛି। ଏଠି ଅନ୍ୟ କାହାଠାରୁ କିଛି ପରାମର୍ଶ ନିଆଯାଉ ନାହିଁ। ମମତା ଯାହା ଚାହୁଛନ୍ତି ତାହା ‌ହେଉଛି।

By amfnews

Related Post