Sun. Oct 4th, 2026
220 Views

ଖଲିକୋଟ : ମୁମ୍ୱାଇରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୌରାଙ୍ଗ ଗୌଡ଼। ତାଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣିପଡ଼ା ଗାଁରେ। ସେ ଦୁଇ ମାସ ହେବ ମୁମ୍ୱାଇର ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

ସୋମବାର ସେ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୁଲିସ୍‌ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ଗୌରାଙ୍ଗଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ଗୌରାଙ୍ଗଙ୍କ ମୃତ୍ୟୁ ଖବର ଶୁଣିବା ପରେ କଞ୍ଚଣା ସରପଞ୍ଚ ଏଵଂ ଜିଲ୍ଲା ପ୍ରଶାସନ ସେଠିକାର ପ୍ରଶାସନ ସହ ଯୋଗାଯୋଗ କରିବା ପରେ ତାଙ୍କ ମୃତଦେହ ଗତକାଲି ଗାଁରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟିକା, ତହସିଲଦାର ଓ ଜିଲ୍ଲା ଶ୍ରମିକ ନିରୀକ୍ଷକ ଗାଁରେ ପହଞ୍ଚି ଗୌରାଙ୍ଗଙ୍କ ପରିବାର ବର୍ଙ୍କୁଗ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ଏଵଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ ।

By amfnews

Related Post