Sun. Aug 16th, 2026
307 Views

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀଠାରେ ଥିବା ସରକାରୀ ହସ୍ପିଟାଲ୍‌ ଇଏସ୍‌ଆଇସି କାମଗରରେ ସୋମବାର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୬ ଜଣ ଆହତ ହୋଇଛନ୍ତି ।  ୪୭ ଜଣ ଲୋକଙ୍କୁ ହସ୍ପିଟାଲ୍‌ ବିଲ୍ଡିଂ ଭିତରୁ ଉଦ୍ଧାର କରାଯାଇଛି। ଅପରହ୍ନ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ହସ୍ପିଟାଲ୍‌ରେ ନିଆଁ ଲାଗି ଯାଇଥିବା ଖବର ମିଳିବା ପରେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ନିଆଁ ଲିଭା ଗାଡ଼ି, ୭ଟି ପାଣି ଟ୍ୟାଙ୍କର୍‌, ୩ଟି ଉଚ୍ଚ ସିଢ଼ି, ୧୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏବେ ବିି ଉଦ୍ଧାରି କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି।

ନିଆଁ ଲାଗି ଯିବା ପରେ ପୂରା ବିଲ୍ଡିଂ ଧୂଆଁମୟ ହୋଇ ଯାଇଥିଲା। ହସ୍ପିଟାଲ୍‌ରେ ଅନେକ ରୋଗୀ ଭର୍ତ୍ତି ହୋଇ ରହିଥିବା ହେତୁ ଅଗ୍ନିଶମ କର୍ମଚାରୀମାନେ ହସ୍ପଟାଲ୍‌ର ପୂରା ଉପର ମହଲା ପର୍ଯ୍ୟନ୍ତ ଯାଇ ଉଦ୍ଧାରୀ କାର୍ଯ୍ୟ କରିଥିଲେ।

ଉଦ୍ଧାର ହୋଇଥିବା ୪୭ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ସିଢ଼ି ଦ୍ୱାରା ଉଦ୍ଧାର କରାଯାଇଛି। ୭ ଜଣଙ୍କୁ ଦ୍ୱିତୀୟ ମହଲାରେୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ତେବେ, ଉଦ୍ଧାର ହୋଇଥିବା ଦୁଇଟି ମୃତଦେହକୁ ଏଯାବତ୍‌ ଚିହ୍ନଟ କରାଯାଇ ପାରିନାହିଁ।

By amfnews

Related Post