Sun. Sep 13th, 2026

ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ୍

189 Views

କଟକ : କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ଆଜି ସକାଳେ ଲାଇନଚ୍ୟୁତ ହୋଇଛି ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍। ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରତର ରହିଛି । ଘନ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ କିଛି ଯାତ୍ରୀ ଟ୍ୱିଟ୍ କରିବା ପରେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହ ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୫ ଜଣଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। କୁହୁଡ଼ି ଯୋଗୁଁ ଏକ ମାଲବାହୀ ଟ୍ରେନ୍‌କୁ ପଛ ପଟୁ ଏହି ଟ୍ରେନ୍‌ ଧକ୍କା ଦେଇ  ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡ଼ିନାହିଁ।

ଉକ୍ତ ଟ୍ରେନ୍‌ରେ ୪୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଫସି ରହିଥିବା ବେଳେ ସେମାନଙ୍କ ସହିତ ଯୋଗାଯୋଗ ନିମନ୍ତେ ରେଲୱେ ପକ୍ଷରୁ ହେଲପ୍‌ଲାଇନ୍‌ ୧୦୭୨ ଜାରି ହୋଇଛି। ସେମାନଙ୍କୁ କଟକ, ଭୁବନେଶ୍ୱରକୁ ପଠାଯିବା ନିମନ୍ତେ ବସ୍‌ ବ୍ୟବସ୍ଥା କରାଯାଉଥିବା ଇଷ୍ଟକୋଷ୍ଟ ରେଲୱେର ଚିଫ୍‌ ପିଆର୍‌ଓ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।

By amfnews

Related Post