Wed. Oct 14th, 2026

ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟବସାୟୀଙ୍କଠୁ ୨ ଲକ୍ଷ ୪୫ ହଜାର ଲୁଟ୍‌

281 Views

ଢେଙ୍କାନାଳ, ଜାନୁଆରୀ ୧୧ : ଢେଙ୍କାନାଳ ଟାଉନ୍‌ ଥାନା ଅନ୍ତର୍ଗତ ଗଜମରାଠାରେ ଜଣେ ବ୍ୟବସାୟୀଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ୨ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ତିଗିରିଆ ଥାନା ଗୋଡିଝରିଆ ଗାଁର ବିଶ୍ବନାଥ ସାହୁ ସିମେଣ୍ଟ ଓ ରଡ୍‌ ବ୍ୟବସାୟ କରନ୍ତି।

ଏ ବାବଦରେ ଓସିଏଲ୍‌ କମ୍ପାନିକୁ ପୈଠ କରିବା ପାଇଁ ୨ ଲକ୍ଷ ୪୫ ହଜାର ଟଙ୍କା ଧରି ଆଜି ଅପରାହ୍ଣ ୩ଟାବେଳେ ସେ ଢେଙ୍କାନାଳ ଇଣ୍ତିଆନ୍‌ ବ୍ୟାଙ୍କ ଶାଖାକୁ ବାଇକ୍‌ରେ ଆସୁଥିଲେ। ତାଙ୍କୁ ଏକ ବାଇକ୍‌ରେ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ଗଜମରାଠାରେ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ବିଶ୍ବନାଥ ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ବ୍ୟାଗ୍‌କୁ ଛଡାଇ ନେଇଥିଲେ। ବିଶ୍ବନାଥ ସେମାନଙ୍କଠାରୁ ବ୍ୟାଗ୍‌ ଛଡାଇ ଆଣିବାକୁ ଉଦ୍ୟମ କରିବାରୁ ବାଇକ୍‌ ପଛରେ ବସିଥିବା ଦୁର୍ବୃତ୍ତ ତାଙ୍କ ମୁଣ୍ତରେ ପିସ୍ତଲ ଲଗାଇ ଟଙ୍କା ବ୍ୟାଗ୍‌ ନେଇଯାଇଥିଲା। ଦୁର୍ବୃତ୍ତମାନେ ଶଙ୍କରପୁର ଆ‌ଡ଼କୁ ଫେରାର‌୍‌ ହୋଇଯାଇଥିଲେ।

By amfnews

Related Post