Fri. Sep 11th, 2026

ମୁଜାଫରପୁର ସେଲଟର ହୋମ୍‌ର ମହିଳା ନାବାଳିକା ଅନ୍ତେବାସିନୀଙ୍କୁ ଯୌନ, ସମ୍ଭୋଗ ଓ ନଗ୍ନ ନୃତ୍ୟ ତାଲିମ ଦେଉଥିବା ମହିଳା ପରିଚାଳିକା ମଧୁ ସିବିଆଇ ହାତରେ ଗିରଫ

353 Views

ନୂଆଦିଲ୍ଲୀ/ ପାଟନା (ବିହାର): ଦେଶର ବହୁ ଚର୍ଚ୍ଚିତ ବିହାର ମୁଜାଫରପୁର ସେଲଟର ହୋମ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆଜି (ମଙ୍ଗଳବାର) ଏକ ବଡ଼ ସଫଳତା ମିଳିଛି। ଗୋଟେ ପକ୍ଷରେ ଏହି ମାମଲାରେ ଫେରାର ଥିବା ବିହାରର ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମା ଆଜି କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଫେରାର ଥିବା ମୁଜାଫରପୁର ସେଲଟରହୋମ୍‌ର ମହିଳା ପରିଚାଳିକା ତଥା ତତ୍ତ୍ୱାବଧାରିକା ସଇସ୍ତା ପରବିନ୍‌ ଓରଫ ମଧୁକୁ ସିବିଆଇ ଅଧିକାରୀମାନେ ଗିରଫ କରିବାରେ ସମର୍ଥ ହୋଇଛନ୍ତି। ତେବେ, ଗିରଫଦାରୀ ପରେ ସିବିଆଇ ଅଧିକାରୀମାନେ ମଧୁ ଠାରୁ ଯେଉଁ ସତ ଓଗଳାଇଛନ୍ତି, ତାକୁ ଶୁଣିବା ପରେ ଖୋଦ୍‌ ସିବିଆଇ ଅଧିକାରୀମାନେ ମଧ୍ୟ ତଟସ୍ଥ ହୋଇପଡ଼ିଛନ୍ତି।

ସଇସ୍ତା ପରବିନ୍‌ ଓରଫ ମଧୁ କେବଳ ମୁଜାଫରପୁର ସେଲଟରହୋମ୍‌ର ପରିଚାଳିକା ତଥା ତତ୍ତ୍ୱାବଧାରିକା ନଥିଲା; ସେଥିଲା ଏଠିକାର ସର୍ବେସର୍ବା। ଖାଲି ଏତିକି ନୁହେଁ; ଯୌନ ସଂପର୍କ କେମିତି ରଖାଯାଏ; ସମ୍ଭୋଗ କାଳରେ କ’ଣ ସବୁ କରିବାକୁ ପଡ଼େ ସେସବୁ ସଂପର୍କରେ ମଧୁ ସବିଶେଷ ତାଲିମ ପ୍ରଦାନ କରୁଥିଲା ସେଲଟର ହୋମ୍‌ର ନାବାଳିକା ଅନ୍ତେବାସିନୀମାନଙ୍କୁ। ଏତିକିରେ ସୀମିତ ରହୁ ନଥିଲା ମଧୁର ଟ୍ରେନିଂ ସେ ମଧ୍ୟ ନାବାଳିକା ଅନ୍ତେବାସିନୀମାନଙ୍କୁ ଶିଖାଉଥିଲା, ଦ୍ୱିଅର୍ଥ ବୋଧକ ଅଶ୍ଳୀଳ ଗୀତରେ କିପରି ନଗ୍ନ ନୃତ୍ୟ କରିବାକୁ ହୁଏ। ମଧୁ ପୁଣି ହେଉଛି ମୁଜାଫରପୁର ସେଲଟରହୋମ୍‌ ଦୁଷ୍କର୍ମମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରର ଖାସ୍‌ ଏବଂ ବିଶ୍ୱସ୍ତା ମହିଳା। ମଧୁକୁ ଗିରଫ କରିବା ପାଇଁ ସିବିଆଇ ପକ୍ଷରୁ ବ୍ୟାପକ ଉଦ୍ୟମ ଚାଲିଥିଲା।

By amfnews

Related Post