Sat. Apr 25th, 2026

ମୁଖ୍ୟମନ୍ତ୍ରୀଙ୍କୁ ମାସକର ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ

172 Views

ଭୁବନେଶ୍ୱର : ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆଜି ପୂରୁଛି ମାସକର କଣ୍ଟ। ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି। ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ, କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଅନେକ ମନ୍ତ୍ରୀ। କିଛି ମନ୍ତ୍ରୀ କାମ ଆରମ୍ଭ ବି କରିଛନ୍ତି।

ଶନିବାର ରିପୋର୍ଟ ଦେଇଥିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି,“ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ କିପରି ପର୍ଯ୍ୟଟନ ଶିଳ୍ପରେ ସାମିଲ କରାଯାଇପାରିବ, ସେ ନେଇ ବିଭାଗ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍‌ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।”

ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ବିଭାଗରେ ନେଇଥିବା ନୂଆ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଓ ପାସ୍‌ ଫେଲ ବ୍ୟବସ୍ଥା ସହ ଇଂରାଜୀ ଶିକ୍ଷକ ନିଯୁକ୍ତି ନେଇ ବିଭାଗ କସରତ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ମନ୍ତ୍ରୀମାନେ ଏଯାଏ ଚାମ୍ବର ପାଇ ନଥିବା ବେଳେ କି ରିପୋର୍ଟ କାର୍ଡ ଦେବେ ବୋଲି କହି କଂଗ୍ରେସ କଟାକ୍ଷ କରିଛି ।

By amfnews

Related Post