Fri. Aug 21st, 2026

ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ୪ ନେତାଙ୍କ ନାଁରେ ଏତଲା

274 Views

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ୍‌ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି।

ପୂର୍ବରୁ ସେ ପୁରୀ ଏସ୍‌ପିଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। ତେବେ ପୁରୀ ଏସ୍‌ପି ତାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ମେରାଇନ୍‌ ଥାନାରେ ଅଭିଯୋଗ କରିବାକୁ କହିଥିଲେ।ତେବେ ବିଜେଡିର ଅନ୍ୟ ୪ ନେତାଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଛି। ସେମାନେ ହେଲେ ମହେଶ୍ୱର ମହାନ୍ତି, ପ୍ରଦୀପ ମହାରଥୀ, ପିନାକୀ ମିଶ୍ର ଓ ସଞ୍ଜୟ ଦାସବର୍ମା। ଏମାନେ ମଧ୍ୟ ଚିଲିକା ଉପରେ ହେଲିକପ୍ଟରରେ ଉଡ଼ିଥିବା ଅଭିଯୋଗ କରାଯାଇଛି।

By amfnews

Related Post