Wed. Aug 19th, 2026

ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ବିଜେପି

198 Views

ବେଙ୍ଗାଲୁରୁ  : କର୍ଣ୍ଣାଟକାର ବିଜେପି ବିଧାୟକ ଗୋଷ୍ଠୀ ଆଜି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଯଥାଶୀଘ୍ର ଗୃହରେ ମୁଖ୍ୟମନ୍ତ୍ରୀ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି। । ଯଦି କୁମାରସ୍ୱାମୀ ଗୃହରେ ବହୁମତ ସାବ୍ୟସ୍ତ ନକରନ୍ତି, ତାହାଲେ ବିଧାନସଭା କାର୍ଯ୍ୟରେ ବିଜେପି ବିଧାୟକ ବାଧାପ୍ରାପ୍ତ କରିବେ ବୋଲି ଆଜି ବିଜେପି ଘୋଷଣା କରିଛି।

ଅନ୍ୟପଟେ ମେଣ୍ଟ ସରକାରରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ କର୍ଣ୍ଣାଟକା କଂଗ୍ରେସ ବିଧାୟକ ଦଳ ବୈଠକ କରୁଛନ୍ତି ଭିଭନତା ହୋଟେଲରେ।ଏହି ବୈଠକରେ କିନ୍ତୁ ବିଦ୍ରୋହୀ ବିଧାୟକ ଯୋଗ ଦେଇ ନାହାନ୍ତି।

ଏବେ ବିଦ୍ରେହୀ ବିଧାୟକଙ୍କ ମଧ୍ୟରୁ ଆହୁରି ୮ ଜଣ ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରୁନଥିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଆସନ୍ତାକାଲି ଶୁଣାଣି ହେବାର ସୂଚନା ରହିଛି। ଅନ୍ୟପଟେ ମୁମ୍ୱାଇର ହୋଟେଲକୁ ଗତକାଲି ପଳାଇଥିବା ବିଦ୍ରୋହୀ ବିଧାୟକ ମୁମ୍ୱାଇ ପୁଲିସକୁ ସୁରକ୍ଷା ମାଗିଛନ୍ତି।

ସେ କହିଛନ୍ତି ତାଙ୍କର କଂଗ୍ରେସ ନେତୃତ୍ୱ ସହ କଥା ହେବାର ନାହିଁ। ବାରମ୍ୱାର ସେମାନେ ଆସି ବୈଠକ ପାଇଁ ଜୋର ଜବରଦସ୍ତି ପାଇଁ ବିଭିନ୍ନ ମାଧ୍ୟମରେ ଖବର ପଠାଉଛନ୍ତି। ଏମିତିକି ମୃତ୍ୟୁ ଧମକ ଦିଆଯାଉଥିବା ବିଦ୍ରୋହୀ ବିଧାୟକ ଅଭିଯୋଗ କରିଛନ୍ତି।

By amfnews

Related Post