Fri. Jul 3rd, 2026

ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ପ୍ରଧାନଶିକ୍ଷକ ନିଲମ୍ବିତ

401 Views

ଜବଲପୁର, ଜାନୁଆରୀ ୧୧ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଶ୍ରୀ ନାଥଙ୍କ ବିରୋଧରେ ପ୍ରଧାନଶିକ୍ଷକ ଜଣକ ଦେଇଥିବା ମନ୍ତବ୍ୟର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜବଲପୁର ଠାରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ ‘କନିଷ୍ଠ ବୁନିଆଦି ମିଡିଲ ସ୍କୁଲ’ର ପ୍ରଧାନ ଶିକ୍ଷକ ମୁକେଶ ତିଓ୍ଵାରୀ ଦୁଇ ଦିନ ତଳେ ସ୍କୁଲର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ବିରୋଧରେ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେବେ କେହି ଏହି ସମୟର ଭିଡ଼ିଓ ରେକଡିଂ କରି ଏହାକୁ ଭାଇରାଲ କରି ଦେଇଥିଲେ। ଏହା ଜଣାପଡ଼ିବା ପରେ ଜବଲପୁର ଜିଲ୍ଲାପାଳ ଛବି ଭରଦ୍ୱାଜ ପ୍ରଧାନଶିକ୍ଷକ ମୁକେଶ ତିଓ୍ଵାରୀଙ୍କୁ ନିଲମ୍ବନ କରିଛନ୍ତି। ମଧ୍ୟପ୍ରଦେଶ ସିଭିଲସ ସର୍ଭିସ (କଣ୍ଡକ୍ଟ) ରୁମ୍‌ ଉଲ୍ଲଂଘନ କରିବା ଅଭିଯୋଗରେ ଶ୍ରୀ ତିଓ୍ଵାରୀଙ୍କୁ ନିଲମ୍ବନ କରାଯାଇଛି ବୋଳି ଜିଲ୍ଲାପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

By amfnews

Related Post