Fri. Sep 11th, 2026

ମିଶନ ରାଉରକେଲା ପକ୍ଷରୁ ପ୍ଲାଷ୍ଟିକ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

280 Views

ରାଉରକେଲା, ୧୯ା୧୧  : ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ମିଶନ ରାଉରକେଲା ପକ୍ଷରୁ ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ଆର୍ଡିଏ ମାର୍କେଟ୍ କମ୍ପେ୍ଲକ୍ସରେ ପଲିଥିନ୍ ମୁକ୍ତ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମିଶନ ରାଉରକେଲା ସଭାପତି ବାବୁ ଖାନଙ୍କ ନେତୃତ୍ୱରେ ଅନୁଷ୍ଠାନର ସଦସ୍ୟମାନେ ଛେଣ୍ଡ କଳିଙ୍ଗ ବିହାର ଆର୍ଡିଏ ମାର୍କେଟ କମ୍ପେ୍ଲକ୍ ଠାରେ ପହଞ୍ôଚ ମାର୍କେଟ୍ କମ୍ପେ୍ଲକ୍ସର ବ୍ୟବସାୟୀମାନଙ୍କୁ ପ୍ଲାଷ୍ଟିକ୍ ବର୍ଜନ କରିବା ସମ୍ପର୍କରେ ସଚେତନ କରାଇଥିଲେ ।

ଏହାଦ୍ୱାରା ପରିବେଷ ସନ୍ତୁଳିତ ରହିବା ସହ ମାନବ ସମାଜ ସୁସ୍ଥ ଓ ନିରାମୟ ରହିପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାବୁ ଖାନ, ପ୍ରଭାତ ସିନ୍ଦ୍ରିୟା, ସୁଦେଶ ବାରିକ, ସୋନୁ ପୃଷ୍ଟି, ପ୍ରକାଶ ମହାରଣା, ସଂଗ୍ରାମ ନାୟକ, ରୋହିତ ତନ୍ତୀ, ସତ୍ୟଜିତ ଷଡଙ୍ଗୀ, ଆଶିଷ ସିଂହ, ପଲ୍ଲବୀ ସାହୁ, ଝରଣା ନାୟକ, ସୁଚିସ୍ମିତା ମହାନ୍ତି, ପ୍ରଜ୍ଞାନଲିସା ନାୟକ, ସୋନୁ କାସିମ, ସୌରଭ ଜୟସ୍ୱାଲ, ସରୋଜ ନନ୍ଦ, ବିଭୂ ମହାପାତ୍ର, ଅନିରୁଦ୍ଧ ସାମଲ, ସାଗର ଆଚାର୍ଯ୍ୟ, ନିରଞ୍ଜନ ବେହେରା, ଅନୁରାଧା ମହାରଣା, ଶୁଭସ୍ମିତା ବେହେରା, ଅରୁଣ କୁମାର ମୋନାଲିସା ନାୟକ ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post