Mon. Oct 12th, 2026

ମିଳିଲାନି ମହାପ୍ରୟାଣ ଗାଡ଼ି, ପୁଣି ବାଇକ୍‌ରେ ବୁହା ହେଲା ମୃତଦେହ

222 Views

ଗଜପତି :ମିଳିଲାନି ମହାପ୍ରୟାଣ ଗାଡ଼ି। ପୁଣି ବାଇକ୍‌ରେ ବୁହା ହେଲା ମୃତଦେହ । ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରେ। ସୂଚନା ଅନୁସାରେ, ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ହୋଇ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମୃତଦେହ ନେବାକୁ କୌଣସି ବ୍ୟବସ୍ଥା ନକରି ଡାକ୍ତର ଜଣକ ମୃତକଙ୍କ ପରିବାର ଲୋକଙ୍କୁ ନିଜ ବ୍ୟବସ୍ଥାରେ ଶବ ନେବାକୁ କହିଥିବା ଅଭିଯୋଗ ହୋଇଛି। ସେପଟେ ଅଟୋ ବୁଝିବାରୁ ଡ୍ରାଇଭର୍ ମାତ୍ର ୩ କିଲୋମିଟର ବାଟ ପାଇଁ ସାଢ଼େ ୩ ହଜାର ଟଙ୍କା ଭଡ଼ା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି। ଏତେ ଟଙ୍କା ଦେବାକୁ ସାମର୍ଥ୍ୟ ନଥିବାରୁ ଶେଷରେ ନିରୂପାୟ ଲୋକେ ମୃତଦେହକୁ ମୋଟର ସାଇକେଲରେ ଘରକୁ ବୋହି ଆଣିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

By amfnews

Related Post