Fri. Jul 3rd, 2026

ମିଲ୍‌ ସରିଲାଣି ବୋଲି କହିବାରୁ ଢାବା ମାଲିକଙ୍କ ଉପରକୁ ଗୁଳି ଚଳାଇଲେ କନେଷ୍ଟବଳ

202 Views

ଗାଜିଆବାଦ  : ଆଜି ପାଇଁ ସବୁ ଖାଇବା ଜିନିଷ ଶେଷ ହେଲାଣି ବୋଲି କହିବାରୁ ହର୍‌ସନ୍‌ ପୁଲିସ ଲାଇନ୍‌ର ଜଣେ ଢାବା ମାଲିକଙ୍କ ଉପରକୁ ଶୁକ୍ରବାର ରାତିରେ ଗାଜିଆବାଦର ଜଣେ କନେଷ୍ଟବଳ ଗୁଳି ଚଳାଇଥିବା କଥା କୁହାଯାଉଛି। ପରେ ପରେ ସରକାରୀ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରି ସନ୍ଦିଗ୍ଧ କନେଷ୍ଟବଳଙ୍କ ନାମରେ ଏଫ୍‌ଆଇଆର୍‌ ଦେବାକୁ ନିର୍ଦେଶ ଦେଇଥିଲେ।

ପୁଲିସ କହିବା ଅନୁସାରେ, ଘଟଣାଟି ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା। ମୁଜାଫରନଗରର କନେଷ୍ଟବଳ ସନ୍ଦୀପ ବଳିୟାନ୍‌ ଆଜାଦ କୁମାରଙ୍କ ଢାବାରେ ପହଞ୍ଚିଥିଲେ। ସେମାନେ କହିଛନ୍ତି ଯେ ସିଜିଓ କମ୍ପ୍ଲେକ୍ସ୍‍ରେ ଡିୟୁଟି କରୁଥିବା ସେ କନେଷ୍ଟବଳ ବରାବର ସେ ଢାବାକୁ ଯାଆନ୍ତି।
ଶୁକ୍ରବାର ରାତିରେ ମଧ୍ୟ ସେ ରାତ୍ରୀଭୋଜନ ପାଇଁ ଢାବାରେ ପହଞ୍ଚିଥିଲେ। ସେଦିନ ପାଇଁ ଭୋଜନ ସରିଗଲାଣି ବୋଲି ଢାବା ମାଲିକ ତାଙ୍କୁ କହିବା ସତ୍ତ୍ୱେ ଖାଦ୍ୟ ପାଇଁ ବଲିୟାନ୍‌ ଜିଦି ଧରିଥିଲେ। ଏଥିରୁ ଦୁହିଁଙ୍କ ମଧ୍ୟର ଝଗଡ଼ା ଆରମ୍ଭ ହୋଇଥିଲା ଓ କନେଷ୍ଟବଳ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ବୋଲି ସର୍କଲ୍‌ ଅଫିସର୍‌ ଅତିସ କୁମାର ସିଂହ କହନ୍ତି।

ପୁଲିସ କହିବା ଅନୁସାରେ, ଦୁଇଟିଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା ଏବଂ କନେଷ୍ଟବଳ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ। ଏବେ ମଧ୍ୟ ସେ ଫେରାର ହୋଇ ଯାଇଛନ୍ତି। ପୁଲିସ କହିବା ଅନୁସାରେ, ଦୁଇଟିଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ବିଜୁଳି ପ୍ୟାନେଲ୍‌ରେ ବାଜିଥିଲା ଏବଂ କନେଷ୍ଟବଳ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ। ଏବେ ମଧ୍ୟ ସେ ଫେରାର ହୋଇ ଯାଇଛନ୍ତି।

By amfnews

Related Post