Sat. Jun 13th, 2026

ମିଆଁମାର: କଡ଼ା ପଦକ୍ଷେପ ନେଲା ଆମେରିକା, ସେନା ଶାସନ ଉପରେ ଲଗାଇଲା ନୂଆ କଟକଣା

251 Views

ୱାଶିଂଟନ, ଫେବୃଆରୀ ୧୧ : ମିଆଁମାର ବିରୋଧରେ ଆମେରିକା କଡ଼ା ପଦକ୍ଷେପ ନେଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ମିଆଁମାରର ସେନା ଶାସନ ବିରୋଧରେ ନୂତନ କଟକଣା ଲଗାଇବାକୁ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ ବାଇଡେନ ଅନେକ ଥର ସେନା ଠାରୁ ଆରମ୍ଭ କରି ପ୍ରମୁଖ ନେତା ଆଙ୍ଗା ସାନ ସି କୀଙ୍କ ସହିତ ଗିରଫ ଅନ୍ୟ ସବୁ ନେତାଙ୍କୁ ଛାଡ଼ିବା ଏବଂ ଗଣାତନ୍ତ୍ରିତକ ଭାବେ ଚୟନ ହୋଇଥିବା ସରକାରକୁ ପୁଣି ଥରେ କ୍ଷମତା ହସ୍ତାନ୍ତର କରିବାକୁ ଅପିଲ କରିଥିଲେ । କିନ୍ତୁ ସେନା ଏହାରି ଉପରେ କୌଣସି ନଜର ଦେଇ ନଥିଲା । ଏଥି ପାଇଁ ଏବେ ଆମେରିକା ଏହାରି ଉପରେ କଟକଣା ଲଗାଇ ଦେଇଛି । 

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବୟାନରେ କହିଛନ୍ତି ଯେ, ସେ କାର୍ଯ୍ୟକାରୀ ଆଦେଶ ଜାରି କରୁଛନ୍ତି, ଯେଉଁଥିରେ ମିଆଁମାରର ଜେନେରାଲ ଆମେରିକାରେ ଏକ ମିଲିୟନ ଡଲାର ସଂପତ୍ତି ବ୍ୟବହାର କରିପାରିବ ନାହିଁ । ସେ କହିଛନ୍ତି ଯେ, ଆଗାମୀ ଦିନରେ ଆହୁରି ଅନେକ ପଦକ୍ଷେପ ଉଠାଯିବ । ବାଇଡେନ ପୁଣି ଥରେ ଅପିଲ କରିଛନ୍ତି ଯେ, ମିଆଁମାରର ସେନାକୁ ତୁରନ୍ତ କ୍ଷମତା ଛାଡ଼ିଦେବାର ଅଛି ଓ ଦେଶର ଲୋକଙ୍କ ଭାବନାର ସମ୍ମାନ କରିବାର ଅଛି ।

By amfnews

Related Post