Sun. Jul 26th, 2026

ମାଲିକ ପାଇଁ ଜୀବନ ଦେଲା କୁକୁର : ଜଟଣୀରେ ନାଗ ସାପ ସହ ଲଢ଼ି ମାଲିକ ପରିବାରକୁ ବଞ୍ଚାଇଲା ଟାଇସନ୍

359 Views

ଜଟଣୀ : କୁହାଯାଏ ପୋଷା ପ୍ରାଣୀଙ୍କ ଭିତରେ ସବୁଠାରୁ ବିଶ୍ବସ୍ତ କୁକୁର । ଅତୀତରେ ଏଭଳି ବହୁ ଉଦାହରଣ ରହିଛି, ଯେଉଁଠାରେ ପୋଷା କୁକୁର ନିଜ ଜୀବନ ଦେଇ ମାଲିକର ଜୀବନ ରକ୍ଷା କରିଛି। ଠିକ ସେଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଘଟିଛି। ମାଲିକ ପାଇଁ ଜୀବନ ଦେଇଛି  ପୋଷା କୁକୁର ଟାଇସନ୍।

ମାଲିକକୁ ବଂଚାଇବାକୁ ଯାଇ ନାଗସାପ ସହ ଲଢେଇ କରିଛି ଟାଇସନ୍ । ଘଟଣାଟି ଗତକାଲି ରାତିରେ ଘଟିଛି । ଜଟଣୀରେ ରହୁଥିବା ଅରିଫ ଅମନଙ୍କ ପରିବାର ଗତକାଲି ରାତି ୨ଟାରେ ପୋଷା କୁକୁର ଟାଇସନର ବାରମ୍ବାର ଭୁକିବା ଫଳରେ ଉଠିପଡ଼ିଥିଲେ । ସେମାନେ କବାଟ ଖୋଲି ବାହାରକୁ ଆସି ଦେଖିବାବେଳକୁ  ଗୋଟାଏ ଟାଇସନ ନାଗସାପ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଛି ଓ ତା’ର  ବାଟ ଓଗାଳୁଛି ଟାଇସନ୍ । ଫଳରେ କୁକୁର ଓ ନାଗ ଭିତରେ ଚାଲିଛି ବଳ କଷାକଷି। ଶେଷରେ  ନାଗସାପ ସହ ଲଢେଇରେ ଟାଇସନ ସାପକୁ ମାରିବାକୁ ସକ୍ଷମ ହେଲା । କିନ୍ତୁ ନାଗଟି ମଧ୍ୟ ଟାଇସନର ବାମ ପଟ ପାଟିକୁ କାମୁଡିଦେଇଥିଲା । ଆଉ ସାପ ବିଷରେ ପୋଷା କୁକୁର ଟାଇସନ ବି ପ୍ରାଣ ହରାଇଥିଲା ।

ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପ୍ରଚାରିତ ହେବା ପରେ ଅରିଫ ଅମନଙ୍କ ଘରେ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ।

By amfnews

Related Post