Tue. May 26th, 2026

ମାଲକାନଗିରି: ବିଦ୍ୟୁତ ଆଘାତରେ ଲାଇନ୍‌ମ୍ୟାନ ମୃତ

741 Views

ମାଲକାନଗିରି: ଆଜି ସକାଳେ ମାଲକାନଗିରି ଜିିଲ୍ଲା ଖଇରପୁଟ ବ୍ଲକ୍‌ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା।ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡ଼ିଥିବା ବେଳେ ଏହାକୁ ସଜାଡ଼ିବାକୁ ଯାଇ ଜଣେ ଲାଇନ୍‌ମ୍ୟାନଙ୍କୁ ଜୀବନ ଦେବାକୁ ପଡ଼ିଛି।େଓ୍ଵସକେ୍‌ା କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଲାଇନ୍‌ମ୍ୟାନଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଆଜି ଶହଶହ ଲୋକ ମୃତଦେହ ରାସ୍ତା ଉପରେ ରଖି ୪୭ ନମ୍ବର ଜାତୀୟ ରାଜପଥ ଅବରୋଧ କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ େଓ୍ଵସକୋର ଅସ୍ଥାୟୀ ଲାଇନମ୍ୟାନ ଭାବେ ଖଇରପୁଟ୍‌ ବ୍ଲକ୍‌ ଖଇରପୁଟ ଗାଁର ରାଜଗୋପାଳ ରେଡ୍ଡି କାର୍ଯ୍ୟ କରୁଥଲେ। ତେବେ ଆଜି ି ଖଇରପୁଟ୍‌ ବ୍ଲକ୍‌ର ମାଝିଗୁଡ଼ା ଗାଁର ଟ୍ରାନ୍ସଫରମର ଖରାପ ହେବା କାରଣରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ଯାଇଥିଲା। ଶ୍ରୀ ରେଡ୍‌ି ବିଦ୍ୟୁତ ସଂଯୋଗ ଫିଡରରୁ କାଟି ଟ୍ରାନ୍ସଫରମର ଉପରେ ଚଢ଼ି ଏହାକୁ ସଜାଡ଼ୁଥିବା ବେଳେ କେହି ବିଦ୍ୟୁତ୍‌ ଚାର୍ଜ କରି ଦେଇଥିଲେ। ଫଳରେ ସେହି ଟ୍ରାନ୍‌ସଫରମର ଉପରେ ହିଁ ଛଟପଟ ହୋଇ ଶ୍ରୀ ରେଡ୍ଡିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ମୃତ ରେଡ୍ଡିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପରଣ େଓ୍ଵସ୍କୋ କର୍ତ୍ତୃପକ୍ଷ ଦେବା ଦାବିରେ ରାସ୍ତା ଅବରୋଧ କରିଛନ୍ତି।

By amfnews

Related Post