Sun. Oct 18th, 2026

ମାର୍କେଟ ଯିବାକୁ ସମୟ ନାହିଁ, ଏଣିକି ଅନଲାଇନ୍‌ରେ ଘରେ ପହଞ୍ଚିଯିବ ପରିବା

233 Views

ଭୁବନେଶ୍ୱର :  ଘରେ ପନିପରିବା ସରିଯାଇଛି। ମାର୍କେଟ ଯିବାକୁ ସମୟ ବି ନାହିଁ। ଏପରି ସମସ୍ୟାର ସମାଧାନ କରିବାକୁ ଆସିଛି ‘ପନିପରିବା ଡଟ୍ କମ୍’। ରାଜଧାନୀବାସୀଙ୍କ ପାଖରେ ଏଣିକି ଅନଲାଇନ୍‌ରେ ପହଞ୍ଚିଯିବ ପରିବା ।

ନିଜ ମନ ପସନ୍ଦର ପରିବା ଅର୍ଡର କଲେ ଖୁବ୍‌ କମ୍‌ ସମୟରେ ପହଞ୍ଚିଯିବ ଦୁଆର ମୁହଁରେ। ଏଥିପାଇଁ ଚାଷୀଙ୍କ ସହ ସହବନ୍ଧିତ କରିଛି ‘ପନିପରିବା ଡଟ୍ କମ୍’। ଏଥିରେ ଚାଷୀଙ୍କଠାରୁ ପରିବା କ୍ରୟ କରି ଖାଉଟିଙ୍କ ଘରେ ପହଞ୍ଚାଇ ଦିଆଯିବ। ଦୁଇ ଶହ ଟଙ୍କାରୁ ଅଧିକ ମୂଲ୍ୟର ପରିବା ପାଇଁ ଅର୍ଡର ଦେଲେ ଆଉ ଅଧିକ ମୂଲ୍ୟ ଦେବାକୁ ପଡିବ ନାହିଁ । କିନ୍ତୁ ଦୁଇ ଶହ ଟଙ୍କାରୁ କମ୍ ମୂଲ୍ୟର ପରିବା ପାଇଁ ପରିବା ଦର ସହ ଆଉ ୩୦ ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି ‘ପନିପରିବା ଡଟ୍ କମ୍‌’ର ପ୍ରତିଷ୍ଠାତା ରଞ୍ଜନ ପ୍ରସାଦ ସାହୁ କହିଛନ୍ତି । ଗତକାଲି ଭୁବନେଶ୍ୱରରେ ପନିପରିବା ଡଟ୍ କମ୍ ପୋର୍ଟାଲ ଶୁଭାରମ୍ଭ ହୋଇଛି ।

By amfnews

Related Post