Tue. Sep 8th, 2026

ମାନହାନି ମାମଲା: ଆସନ୍ତାକାଲି ପାଟନା କୋର୍ଟରେ ହାଜର ହେବେ ରାହୁଲ୍

243 Views

ପାଟନା : ଆସନ୍ତାକାଲି ବିହାରର ଏକ କୋର୍ଟରେ ହାଜର ହେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ହାଜର ହୋଇ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ଗତ ଏପ୍ରିଲ ୧୮ ତାରିଖରେ ସୁଶୀଲ ମୋଦି ବିହାର ସିଜିଏମ କୋର୍ଟରେ ଏହି ମାନହାନି ମାମଲା ଦାୟର କରିଥିଲେ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ କର୍ଣ୍ଣାଟକାର କୋଲର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା ବେଳେ ମୋଦି ସାଙ୍ଗିଆ ଥିବା ସମସ୍ତେ ‘ଚୋର’ ବୋଲି କହିଥିଲେ। ଏହାପରେ ସୁଶୀଲ ମୋଦି ପାଟନା ସିଜିଏମ୍ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ।

ସେହିପରି ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହିଥିଲେ ରାହୁଲ ଗାନ୍ଧି। ଏହାପରେ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲା ଆରଏସଏସ। ଗତକାଲି ରାହୁଲ କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ସେ ଜାଣିଶୁଣି କାହାକୁ ଅପମାନ କରିବା ଭଳି ବୟାନ ଦେଇ ନାହାନ୍ତି। ଏହାପରେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ କରି ରାହୁଲ କୋର୍ଟରୁ ଜାମିନ ପାଇଛନ୍ତି।

By amfnews

Related Post