Tue. Aug 4th, 2026

ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ଆଗରୁ ସିଦ୍ଧୁଙ୍କୁ ବିରୋଧ

344 Views

ଜାମ୍ମୁ: ପୁଣି ଥରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସିଦ୍ଧୁ ନବରାତ୍ରି ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପହଞ୍ଚଥିଲେ। ସେ ହେଲିପ୍ୟାଡ଼୍‍ରେ ଓହ୍ଲାଇବାମାତ୍ରେ ସିଦ୍ଧୁଙ୍କୁ ମା’ ବୈଷ୍ଣୋଦେବୀଙ୍କ ଭକ୍ତମାନେ ଘେରି ଯାଇଥିଲେ ଓ
ତାଙ୍କ ସମ୍ମୁଖରେ ‘ମୋଦୀ-ମୋଦୀ’ର ସ୍ଲୋଗାନ୍‌ ଦେଇଥିଲେ।

ଭକ୍ତମାନେ ପୁଲଓ୍ଵାମା ଆକ୍ରମଣକୁ ନେଇ ସିଦ୍ଧୁଙ୍କ ବିବଦୀୟ ଟିପ୍ପଣୀକୁ ନେଇ ଉତ୍‌କ୍ଷିପ୍ତ ଥିଲେ। ସେମାନେ ନିଜର ରୋଷ ପ୍ରକଟ କରିବା ଲାଗି ଏଭଳି କରିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ ସିଦ୍ଧୁ ଦେଶ ବିରୋଧୀ ଟିପ୍ପଣୀ ଦେଇଥିବା କାରଣରୁ ଲୋକେ ତାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇଛନ୍ତି।

ତେବେ ପ୍ରବଳ ବିରୋଧ ଓ ସ୍ଲୋଗାନ୍‌ର କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ ନବଜୋତ ସିଂହ ସିଦ୍ଧୁ। ସେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ନୂଆଦିଲ୍ଲୀ ଫେରିଥିଲେ। ନବଜୋତ ସିଂହ ସିଦ୍ଧୁ ଏବେ ପଞ୍ଜାବ ସରକାରରେ ମନ୍ତ୍ରୀ ଅଛନ୍ତି।

By amfnews

Related Post