Mon. Apr 27th, 2026

ମାଓ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ବାରବରା ରଓଙ୍କୁ ପୁଣି ଗିରଫ କଲା ପୁଣେ ପୁଲିସ

180 Views

ହାଇଦ୍ରାବାଦ ୧୮/୧୧ : ଶନିବାର ରାତିରେ ମହାରାଷ୍ଟ୍ର ପୁଲିସ ମାଓ ଆଦର୍ଶବାଦୀ ଓ ବିପ୍ଳବୀ କବି ପେଣ୍ଡ୍ୟାଲା ବାରବରା ରାଓଙ୍କୁ ପୁଣି ଗିରଫ କରିଛି। ଏ ବର୍ଷ ଜାନୁଆରି ମାସରେ ଭୀମା କୋରେଗାଁ ସଂଘର୍ଷ ମାମଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ଚକ୍ରାନ୍ତରେ ତାଙ୍କର ସମ୍ପୃକ୍ତି ଅଭିଯୋଗରେ ତାଙ୍କର ଗୃହବନ୍ଦୀ ସମୟ ସୀମା ଶେଷ ହୋଇଥିଲା।

ତାଙ୍କୁ ମହାରାଷ୍ଟ୍ର ପୁଲିସ ଟିମ୍‌ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ହାଜତକୁ ନେବା ପାଇଁ ଅଗଷ୍ଟ ୨୮ ତାରିଖରେ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଜାରି କରିଥିବା ଆଦେଶକୁ ଖାରଜ କରିବାକୁ ଶୁକ୍ରବାର ଦିନ ମନା କରିବା ପରେ ୭୮ ବର୍ଷିୟ ରାଓଙ୍କୁ ପୁଣି ଗିରଫ କରାଯାଇଛି।

ଶୁକ୍ରବାର ଦିନ ହାଇଦ୍ରାବାଦରେ ପହଞ୍ଚି ଥିବା ସହକାରୀ ପୁଲିସ କମିସନର୍‌ଙ୍କ ନେତୃତ୍ୱରେ ପୁଣେ ପୁଲିସର ଏକ ସ୍ୱତନ୍ତ୍ର ଦଳ ରାଓଙ୍କୁ ଗିରଫ କରିଛି। ସ୍ଥାନୀୟ ଅଦାଲତରୁ ଅନୁମତି ପାଇଲେ ତାଙ୍କୁ ସେମାନେ ପୁଣେ ନେବେ।

ତାଙ୍କ ଗିରଫଦାରିକୁ ବେଆଇନ କହି ବହୁସଂଖ୍ୟକ ସମର୍ଥକ ସ୍ଲୋଗାନ୍‌ ଦେବାରୁ ଗାନ୍ଧୀନଗରସ୍ଥିତ ତାଙ୍କ ଆପାର୍ଟମେଣ୍ଟ୍‌ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ତାଙ୍କୁ ଜବରଦସ୍ତି ଗାଡ଼ିରେ ପୂରାଇବା ବେଳେ ପତ୍ନୀ ହେମଲତାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ କାନ୍ଦି ପକାଇଥିଲେ।

By amfnews

Related Post