Tue. Sep 29th, 2026

ମାଆଙ୍କର ଗର୍ଭାଶୟର ପ୍ରତ୍ୟାରୋପଣ ପରେ ମହିଳା ଶିଶୁ କନ୍ୟା ଜନ୍ମ ଦେଲେ , ଏଭଳି ଘଟଣା ଭାରତ ଓ ଏସିଆରେ ପ୍ରଥମ

453 Views

ପୁଣେ : ମାଆଙ୍କର ଗର୍ଭାଶୟର ପ୍ରତ୍ୟାରୋପଣ ଜଣେ ମହିଳା ଶିଶୁ କନ୍ୟା ଜନ୍ମ ହେବାର ପ୍ରଥମ ଘଟଣା ଘଟିଛି ଭାରତର ପୁଣେ ସହରରେ। ୨୦୧୭ ମସିହା ମଇ ୧୮ ତାରିଖରେ ଜଣେ ମହିଳା ମିନାକ୍ଷୀ ବାଲନ୍‌ଙ୍କର ତାଙ୍କ ମାଆଙ୍କର ଗର୍ଭାଶୟ ପ୍ରତ୍ୟାରୋପଣ କରାଯାଇଥିଲା। ମିନାକ୍ଷୀଙ୍କ ମାଆ ଝିଅକୁ ନିଜର ଗର୍ଭାଶୟ ଦାନ କରିଥିଲେ,କାରଣ ଝିଅର ଗର୍ଭାଶୟ ନଷ୍ଟ ହୋଇଥିଲା ଓ ଶିଶୁକୁ ଗର୍ଭଧାରଣ କରି ପାରି ନଥିଲା।
ଏବେ ନିଜ ମାଆଙ୍କର ଗର୍ଭପ୍ରାପ୍ତ କରି ୧୭ ମାସ ପରେ ମିନାକ୍ଷୀ ପୁଣେର ଗାଲାକ୍ସି କେଆର୍‌ ହସ୍ପିଟାଲ୍‌ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
୨୭ ବର୍ଷୀୟା ମିନାକ୍ଷୀଙ୍କର ଯତ୍ନ ନିଆଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେଲା ଓ ତାଙ୍କୁ ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଭ୍ରୁଣକୁ ନିଜର ନୂଆ ଗର୍ଭାଶୟାରେ ସ୍ଥାନାନ୍ତରିତ କରାଯାଇଥିଲା। ୩୧ ସପ୍ତାହ ୫ ଦିନପରେ ମିନାକ୍ଷୀଙ୍କର ସିଜରିଆନ୍‌ କରାଯାଇଥିଲା।
ଏହି ସଫଳ ଚିକିତ୍ସା କରିଥିବା ଡାକ୍ତର ଶୈଳେଶ ପୁଣ୍ଟାମ୍ବେକର କହିଛନ୍ତି ଯେ ବାସ୍ତବରେ ଏହା ଭାରତ ପାଇଁ ଗୌରବ ମୟ ମୁହୂର୍ତ୍ତ। ଏହା ହେଉଛି ଗର୍ଭାଶୟ ପ୍ରତ୍ୟାରୋପଣ ମାଧ୍ୟମରେ ସନ୍ତାନ ଜନ୍ମ ହେବାର ଦ୍ୱାଦଶ ସନ୍ତାନ। ଏହା ଏସିଆ ଓ ଭାରତରେ ପ୍ରଥମ।

 

ଡାକ୍ତର ପୁଣ୍ଟାମ୍ବେକର୍‌ ଜଣେ କର୍କଟ ରୋଗ ଚିକିତ୍ସକ। ସେ ସମଗ୍ର ବିଶ୍ୱରେ ଲାପ୍ରୋସ୍କୋପିକ୍‌ ଶ୍ରେଣୀ ସର୍ଜରି ଓ ସ୍ତ୍ରୀରୋଗ ସଂପର୍କୀତ କ୍ୟାନସର୍‌ ସର୍ଜରିରେ ଜଣେ ବିଶେଷଜ୍ଞ ରୂପେ ପରିଚିତ।

By amfnews

Related Post