Thu. Jul 23rd, 2026

ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେଲା, ମହାଆଳତୀପରେ ସର୍ବସାଧାରଣଙ୍କ ଦର୍ଶନଲାଗି ମନ୍ଦିର ଖୋଲିଲା

319 Views

ସମ୍ବଲପୁର  : ଆଜି ପଶ୍ଚିମ ଓଡିଶାରେ ନୂଆଖାଇ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ  ମା’ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ଜଣାଯାଇଛି। ଆଜି ଭୋର ୪ଟା ବେଳୁ ମନ୍ଦିରର ପୂଜକମାନେ ନିଜ ଘରୁ ନବାନ୍ନ ନେଇ ଆସିଥିଲେ। ପ୍ରଥମେ ମା’ ସମଲେଶ୍ୱରୀଙ୍କ ପାଖରେ ସେହି ନବାନ୍ନ ଅର୍ପଣ କରାଯାଇଥିଲା। ଏହାପରେ ସେଠାରେ ଥିବା ପାର୍ଶ୍ବ ଦେବାଦେବୀଙ୍କୁ ତାହା ଲାଗି କରାଯାଇଥିଲା।

ଏହାପରେ ମହାଆଳତୀ ହୋଇଥିଲା। ତାପରେ ସର୍ବସାଧାରଣଙ୍କ ଦର୍ଶନଲାଗି ମନ୍ଦିର ଖୋଲିଥିଲା।ଏବେ ଭକ୍ତମାନେ ମା’ଙ୍କର ଦର୍ଶନ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଆଜି ନୂଆଖାଇ ଦିନ ମା’ ସମଲେଶ୍ୱରୀ ମନ୍ଦିର ସକାଳୁ ବନ୍ଦ ରହିଥାଏ । ମହାଆଳତୀପରେ ମନ୍ଦିର ଖୋଲିଥାଏ।

ଆଜି ସନ୍ଧ୍ୟାରେ ସମ୍ବଲପୁରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହେଉଛି। ଏଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାର ସୂଚନା ରହିଛି। ଠିକ୍ ସେହିପରି କଳାହାଣ୍ଡିରେ ସକାଳ ୯ଟା ୩୦ ମିନିଟ ସମୟରେପିତୃ ପୁରୁଷଙ୍କୁ ନବାନ୍ନ ଅର୍ପଣ କରାଯାଇଥିବା ଜଣାଯାଇଛି।

By amfnews

Related Post