Sat. Sep 5th, 2026

ମା’ ମଙ୍ଗଳସୂତ୍ର ବିକ୍ରି କରି ପୁଅକୁ ବନାଇଥିଲେ ବଡ଼ିବିଲଡର, ନ୍ୟାସନାଲ ବଡ଼ି ବିଲଡିଂ ଚମ୍ପିୟାନ୍‌ସିପ୍‌ରେ ପୁଅ ଆଣିଲା ସିଲଭର ମେଡାଲ

377 Views

ମୁମ୍ବାଇ,15 Feb. 2019: ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବିକ୍ରମ ଜାଧବ ଜୁନିୟର ନ୍ୟାସନାଲ ବଡି ବିଲଡିଂ ଚମ୍ପିୟାନସିପ୍‌ରେ ସିଲଭର ମେଡାଲ ଜିତି ନିଜ ପରିବାର ନାମ ପୂରା ଦେଶରେ ଉଜ୍ଜ୍ୱଳ କରିଛନ୍ତି।

ବିକ୍ରମ ଯାଧବଙ୍କ ଏହି ସ୍ୱପ୍ନକୁ ପୂରା କରିବା ପାଇଁ ତାଙ୍କ ମା’ ନିଜ ମଙ୍ଗଳସୂତ୍ର ବିକ୍ରି କରି ଦେଇଥିଲେ। ପୁଅର ସ୍ୱପ୍ନ ପୂରା କରିବା ପାଇଁ ସେ କିଛି ବି ଉଣା କରି ନଥିଲେ। ବିକ୍ରମ ଯାଧବ ନିକଟରେ ଜୁନିୟର ନ୍ୟାସନାଲ ବଡି ବିଲଡିଂ ଚମ୍ପିୟାନସିପ୍‌ରେ ସିଲଭର ମେଡାଲ ଜିତିଛନ୍ତି

ବିକ୍ରମ ପ୍ରତିଦିନ ୬ଘଣ୍ଟା ପର୍ଯ୍ୟନ୍ତ ଜିମ୍‌ କରି ଥାଆନ୍ତି ଓ ଅନ୍ତଜାର୍ତୀୟସ୍ତରରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବିକ୍ରିମଙ୍କ ପ୍ରତିମାସରେ ଡାଇଟ ପାଇଁ ୫୦ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ପିଲାଟି ଦିନକୁ ବଡି ବିଲଡିଂ ବନିବାର ସ୍ୱପ୍ନ ଦେଖୁଥିବା ବିକ୍ରମଙ୍କ କହିବାନୁସାରେ, ତାଙ୍କର ଏହି ଯାତ୍ରା ସହଜ ନଥିଲା। ଏହି ସଫଳତା ପାଇବା ପଛରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ ରହିଛି। ତାଙ୍କ ପିତା ଘରୋଇ କମ୍ପାନିରେ ଚାକିରି କରୁଥିଲେ। କିନ୍ତୁ ପରେ ସେ ଏହି ଚାକିରି ଛାଡି ଦେଇଥିଲେ।

ବିକ୍ରମ ବଡ଼ି ବିଲଡିଂ ସହିତ ଜିମକୁ ଆସୁଥିବା ଲୋକମାନଙ୍କୁ ଟ୍ରେନିଂ ଦେଇଥାଆନ୍ତି। ସେ ଅନ୍‌ଲାଇନ୍‌ ବି ଲୋକମାନଙ୍କୁ ବଡ଼ିବଲିଡିଂ ବିଷୟରେ ଶିକ୍ଷା ଦେଇ ଥାଆନ୍ତି। ଏଥିରୁ ସେ ଯାହା ରୋଜଗାର କରନ୍ତି ତାହାକୁ ସେ ନିଜ ବଡିବିଲଡିଂରେ ଖର୍ଚ୍ଚ କରି ଥାଆନ୍ତି।

By amfnews

Related Post