Sun. Oct 4th, 2026

ମା’ ଚର୍ଚ୍ଚିକାଙ୍କ ବାରଭୂଜା ମୂର୍ତ୍ତି ନେଇଗଲେ

187 Views

ପିପିଲି  :  ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଅନେକ ପୁରାତନ ମନ୍ଦିର ରହିଛି। ତନ୍ମଧ୍ୟରୁ ବେରବୋଈ ଗାଁରେ ରହିଛି ୧୨୦୦ ଶତାବ୍ଦୀର ବ୍ରହ୍ମେଶ୍ୱର ମନ୍ଦିର।

ଗତକାଲି ବିଳମ୍ବିତ ରାତିରେ ଉକ୍ତ ମନ୍ଦିରରୁ ମା’ ଚର୍ଚ୍ଚିକାଙ୍କ ବାରଭୂଜା ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ପରେ ମା’ଙ୍କ ମୂର୍ତ୍ତି ନ ଥିବା ଦେଖିଥିଲେ। ଏନେଇ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post