Wed. Sep 30th, 2026

ମହିଳାଙ୍କୁ ମାରି ପୋଡ଼ି ଦେଲେ!

283 Views

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସରନଇ ପାଖ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ।

ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଟାୟାର ଜାଳି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହଟି ଅଧାରୁ ଅଧିକ ଜଳି ଯାଇଛି। ଘଟଣାସ୍ଥଳରେ ଚୁଡ଼ି ପଡ଼ିଥିବାରୁ ମୃତକ ଜଣେ ମହିଳା ବୋଲି ଅନୁମାନ କରାଯାଉଛି।

ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ବାଲୁଗାଁ ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post