Sat. Sep 5th, 2026
223 Views

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଗତକାଲି ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଭରଣପୋଷଣ ନେଇ ଆଇନଗତ ଲଢ଼େଇ ଲଢ଼ୁଛନ୍ତି । ଏନେଇ ସେ ସ୍ଥାନୀୟ ଏକ ଓକିଲଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କୁ ସହଯୋଗ କରିବାକୁ କହି ଓକିଲଙ୍କ ପାଖରେ କାମ କରୁଥିବା ମୁନସି ଜଣକ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଏହାପରେ ତାଙ୍କୁ ଜୋରଜବରଦସ୍ତ ଦୁଇ ଦିନ ଯାଏ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ମହିଳାଜଣଙ୍କ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତସମ୍ପର୍କରେ ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ମହିଳାଜଣଙ୍କର ଦୁଇ ବର୍ଷ ହେବ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଯାଇଛି। ସେ  ଛୋଟ ଝିଅ ସହ ନିଜ ବାପ ଘରେ ରହୁଛନ୍ତି।

By amfnews

Related Post