Sat. Jul 25th, 2026

ମହିଳାଙ୍କୁ ଠେଙ୍ଗାରେ ପିଟି ହତ୍ୟା

189 Views

ବେଗୁନିଆ, ଜାନୁଆରୀ ୧୫ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ନୟାପଲ୍ଲୀ ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟJା ଘଟିଛି। ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟିପିଟି ଜଣେ ୨୧ ବର୍ଷୀୟ ଯୁବକ ହତ୍ୟା କରିଛନ୍ତି। ଗାଁ ଦାଣ୍ଡରେ ଏହି ହତ୍ୟାକାଣ୍ଡ ଘଟିଛି।
ମିଳିଥିବା ଅନୁଯାୟୀ, ଗତ ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ନୟାପଲ୍ଲୀ ଗ୍ରାମର ଜଣେ ୨୧ ବର୍ଷିୟ ଯୁବକଙ୍କର କବି ପ୍ରଧାନଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଏ ନେଇ କବି ପ୍ରଧାନ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳେ କାହିଁକି ଫାଣ୍ଡିରେ ଏତଲା ଦେଲ ବୋଲି ଧମକ ଦେଇ ଯୁବକ ଜଣକ ଏକ ଠେଙ୍ଗାରେ କବିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କଲା ବେଳେ ତାଙ୍କୁ କବିଙ୍କ ପତ୍ନୀ ପାର୍ବତୀ ପରମାଣିକ ବାଧା ଦେଇଥିଲେ। ତେବେ ଯୁବକ ଜଣକ କବିଙ୍କୁ ଛାଡ଼ି ପାର୍ବତୀଙ୍କୁ ଠେଙ୍ଗାରେ ନିର୍ଦ୍ଧୁମ ପିଟିଥିଲେ। ଗୁରୁତର ଅବସ୍ଥାରେ ପାର୍ବତୀଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷରା କରିଛନ୍ତି। ଅଭିଯୁକ୍ତ ଯୁବକ ଘଟଣା ପରଠାରୁ ଫୋରାର ହୋଇଯାଇଥିବା ଜଣାଯାଇଛି।

By amfnews

Related Post