Sat. Jul 25th, 2026

ମହିଳାଙ୍କ ଆଖି ଭିତରେ ପଶି ଯାଇଥିଲା ମହୁମାଛି, ତିନିି ମିଲିମିଟର ଭିତରୁ ବାହାର କରି ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

236 Views

ତାଇୱାନ: ଆଖି ଶରୀରର ସମ୍ବେଦନଶୀଳ ଅଙ୍ଗ ହୋଇଥାଏ। ଯେଉଁଥିରେ ଛୋଟରୁ ଛୋଟ ଧୂଳ ମଳି ଚାଲିଗଲେ ବହୁ ଅସୁବିଧା ଲାଗିଥାଏ। ତେବେ ନିକଟରେ ଖବର ମିଳିଛି କି, ମହିଳାଙ୍କ ଆଖିରୁ ଡାକ୍ତରଙ୍କ ଜୀବନ୍ତ ମହୁମାଛି ବାହାର କରିଛନ୍ତି।

ଏହି କଥା ଶୁଣି ହୁଏତେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। କିନ୍ତୁ ତାଇୱାନ ସହରରେ ଏମିତି ଏକ ବାସ୍ତବ ଘଟଣା ଦେଖିବାକୁ ମଳିଛି। ଯାହାକୁ ଦେଖି ଡାକ୍ତର ବି ଚକିତ ହୋଇଯାଇଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଏହି ମହୁମାଛି ମହିଳାଙ୍କ ଆଖି ଗାଢ଼ାରେ ରହି ଯାଇଥିଲା।

ମହିଳାଙ୍କୁ ଏଭଳି ଅବସ୍ଥା ବିଷୟରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ତାଙ୍କ ଆଖିରୁ ପାଣି ବାହାରିବା ବନ୍ଦ ହୋଇ ଯାଇଥିଲା, ଏଥିସହିତ ଯନ୍ତ୍ରଣା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଏହା ପରେ ମହିଳା ଡାକ୍ତରଙ୍କ ପାଖକୁ ଯାଇ ନିଜର ଏହି ଅସୁବିଧା ବିଷୟରେ ଜଣାଥିଲେ। ଡାକ୍ତର ପରୀକ୍ଷା ପରେ ମହିଳାଙ୍କ ଆଖିରେ ଜୀବନ୍ତ ମହୁମାଛି ଥିବା ଜଣିବାକୁ ପାଇଥିଲେ। ଆଖିରେ ଅସ୍ତ୍ରୋପ୍ରଚାର ଦ୍ୱାରା ଡାକ୍ତର ତିନିିମିଲିମିଟର ଭିତରୁ ମହୁମାଛିକୁ ବାହାର କରିଥିଲେ। ଏମିତି ଘଟଣା ତାଙ୍କ ଜୀବନରେ ପ୍ରଥମ ବୋଲି ମହିଳାଙ୍କ ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର କହିଛନ୍ତି।

By amfnews

Related Post