Thu. Jul 23rd, 2026

ମହିଳା ଆନ୍ଦୋଳନକାରୀଙ୍କ ଖାଦ୍ୟ ଓ କମ୍ବଳ ନେଇଗଲା ପୁଲିସ୍‌

248 Views

ଲକ୍ଷ୍ନୌ: ପୁଣିଥରେ ଉତ୍ତର ପ୍ରଦେଶ ପୁଲିସ୍‌ର ଦାଦାଗିରି ଓ ଅସହିଷ୍ଣୁତା ସାମ୍ନାକୁ ଆସିଛି। ବିବାଦୀୟ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା ଆନ୍ଦୋଳନକାରୀଙ୍କୁ ହଇରାଣ କରିବା ପାଇଁ ପୁଲିସ୍‌ ସେମାନଙ୍କ ଖାଦ୍ୟ ଓ କମ୍ବଳକୁ ନେଇଯାଇଛି। ଶନିବାର ଶତାଧିକ ମହିଳା ଘଣ୍ଟା ଘର ନିକଟରେ ସିଏଏ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନଙ୍କୁ ପୁଲିସ୍‌ ସେଠାରୁ ହଟାଇ ପାରି ନଥିଲା।

ଆନ୍ଦୋଳନକାରୀଙ୍କ ପାଇଁ ରାତିରେ ଖାଦ୍ୟ ଓ କମ୍ବଳର ବ୍ୟବସ୍ଥା କରାଯାଇଥିଲା। ହେଲେ ପୁଲିସ୍‌ ସେମାନଙ୍କ ଠାରୁ ଏଗୁଡ଼ିକୁ ଜୋରଜବରଦସ୍ତି ଛଡ଼ାଇ ନେଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦାର କରାଯିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏପରି କରାଯାଇଛି ବୋଲି ଅଭିଯୋଗ ହୋଇଛି।

ସିଏଏ ବିରୋଧରେ ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲାଣି ମହିଳାମାନେ ଦିଲ୍ଲୀର ଶାହୀନ ବାଗ ନିକଟରେ ଆନ୍ଦୋଳନ କରୁଛନ୍ତି। ଏଥିରେ ଅନୁପ୍ରାଣିତ ହୋଇ ଶନିବାର ସନ୍ଧ୍ୟାରୁ ଉତ୍ତର ପ୍ରଦେଶର ଘଣ୍ଟା ଘର ନିକଟରେ ଶତାଧିକ ମହିଳା ସିଏଏକୁ ବିରୋଧ କରିବା ପାଇଁ ଏକାଠି ହୋଇଥିଲେ।

V@Varishaaaa

Kon chor hai? Haan wahi!
What an embarrassment!

ହେଲେ ଏମାନଙ୍କୁ ହଇରାଣ କରିବା ପାଇଁ ପୁଲିସ୍‌ ସେମାନଙ୍କ ଖାଦ୍ୟ ଓ କମ୍ବଳ ନେଇଯାଇଥିଲା। ପୁଲିସ୍‌ କେଉଁଭଳି ଭାବେ ସବୁ ଜିନିଷକୁ ନେଇ ଭ୍ୟାନ ଆଡ଼କୁ ଦୌଡ଼ୁଛି, ତା’ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ପୁଲିସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆନ୍ଦୋଳନକାରୀ ମହିଳାମାନେ ନିନ୍ଦା କରିଛନ୍ତି।

ସେମାନେ ଉତ୍ତର ପ୍ରଦେଶ ପୁଲିସ୍‌ ଚୋରଙ୍କ ଭଳି କାର୍ଯ୍ୟ କରୁଛି ବୋଲି ନାରା ଦେଇଛନ୍ତି। ଶନିବାର ଘଣ୍ଟା ଘରରେ ହୋଇଥିବା ଆନ୍ଦୋଳନ ବେଶ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ହେଲେ ପୁଲିସ୍‌ ସେମାନଙ୍କ ଖାଦ୍ୟ ଓ କମ୍ବଳ ନେଇଯିବାରୁ ମହିଳାମାନେ ନାରାବାଜି କରିଥିଲେ।

By amfnews

Related Post