Fri. Apr 24th, 2026

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବିସ୍ଫୋରଣ ଯୋଗୁଁ ୨୦ ମୃତ, ୨୨ ଆହତ

426 Views

ନୂଆଦିଲ୍ଲୀ  :   ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା ଗୋଟାଏ ରାସାୟନିକ କାରଖାନାରେ ଭୟାବହ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୨୦ ଜଣ ଲୋକ ମରିଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି ଏବଂ ଆହୁରି ୭୦ ଜଣ କାରଖାନା ମଧ୍ୟରେ ଅଟକି ରହିଥିବା କଥା ପୁଲିସ କହିଛି।

ଶୀରପୁର ତାଲୁକରେ ଥିବା ଓ୍ଵାଘାଡ଼ି ଗାଁରେ ଥିବା ଏହି ରାସାୟନିକ କାରଖାନାରେ ଏକାଧିକ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଶନିବାର ସକାଳ ପ୍ରାୟ ୯: ୪୫ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଲା ବେଳେ ଅନ୍ୟୂନ ୧୦୦ ଜଣ ଶ୍ରମିକ କାରଖାନା ଭିତରେ ଉପସ୍ଥିତ ଥିଲେ।

ଅଗ୍ନିକାଣ୍ଡ ସମୟରେ କାରଖାନା ଉପର ଆକାଶ ଧୂଆଁମୟ ଦିଶୁଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଏକାଧିକ ପୁଲିସ ଦଳ, ବିପର୍ଯ୍ୟୟ ପରିଚାଳନା, ଅଗ୍ନିଶମ ବିଗ୍ରେଡ୍‌ମାନେ ଉଦ୍ଧାର ଅଭିଯାନ ପରିଚାଳନା କରୁଛନ୍ତି।

ଶୀରପୁର ଥାନା ଅଧିକାରୀ କହିଛନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡୁଛି କାରଖାନାରେ ଏକାଧିକ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଛି। ଏ ପର୍ଯ୍ୟନ୍ତ ପୁଲିସ ଓ ଉଦ୍ଧାରକାର ଦଳ ଆଠଟି ଶବ ଉଦ୍ଧାର କରିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

By amfnews

Related Post