Sat. Jul 25th, 2026

ମହାବଳ ହତ୍ୟା ଘଟଣା : ପୁଣି କ୍ରାଇମବ୍ରାଞ୍ଚ୍‌ ଖୋଳତାଡ଼ ଆରମ୍ଭ

284 Views

ବରଗଡ଼ , ଜାନୁଆରୀ ୨୨ : ଗତ ନଭେମ୍ବର ମାସରେ ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ଏନେଇ ପୁଣିଥରେ କ୍ରାଇମବ୍ରାଞ୍ଚ (ୱାଇଲ୍ଡ ଲାଇଫ୍) ଖୋଳତାଡ଼ ଆରମ୍ଭ କରିଛି। ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଳାସିନୀ ନାୟକ ବରଗଡ଼ ଆସି ମାମଲାର ତଦନ୍ତ ଚଳାଇଛନ୍ତି। ସେ କହିଛନ୍ତି ଯେ, ଶିକାରୀମାନଙ୍କ ଠାରୁ ଯେଉଁ ଟାଂଗିଆ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ତାକୁ ପରୀକ୍ଷା ପାଇଁ ଲାବ୍‌ ପଠାଯିବ। ସେହିପରି ମହାବଳର ପଞ୍ଝାକୁ ଦୀର୍ଘଦିନ ହେଲା ଫ୍ରିଜର୍‌ରେ ସଂରକ୍ଷିତ ରଖାଯାଇଛି। ତାକୁ ପରୀକ୍ଷା ପାଇଁ ଡେରାଡୁନ୍‌ ପଠାଯିବ। ଅଭିଯୁକ୍ତମାନଙ୍କ ଜେରା ରିପୋର୍ଟ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯିବ।

By amfnews

Related Post