Fri. Jul 24th, 2026

ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ିଲେ

266 Views

ପୁରୀ : ୨୩୦ କିଲୋମିଟର ଦୌଡ଼ି ଜଣେ ଯୁବକ ଗୁରୁବାର ପୁରୀରେ ପହଞ୍ଚିଥିଲେ ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ତାଙ୍କ ନାଁ ସୌରଭ ସେଠୀ (୨୨)। ତାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ।

ସୌରଭ ଯୁକ୍ତ ଦୁଇ ପାସ୍‌ କରିବା ପରେ ସେନାରେ ଯୋଗ ଦେବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଏହାପରେ ସେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି। ସେ ପ୍ରଥମେ ପ୍ରାୟ ୭୦ କିଲୋମିଟର ଦୌଡ଼ି ଘଟଗାଁ ପୀଠରେ ପହଞ୍ଚି ମାଆ ତାରିଣୀଙ୍କୁ ଦର୍ଶନ କରିଥିଲେ। ଏହାପରେ ଗତକାଲି ସେ ବନ୍ତରୁ ଦୌଡ଼ି ୨୩୦ କିଲୋମିଟର ରାସ୍ତା ଅତିକ୍ରମ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଓ ଏଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।

ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସୌରଭଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ, ବରିଷ୍ଠ ସେବାୟତ ଓ କ୍ରୀଡ଼ାପ୍ରେମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସୌରଭ କହିଛନ୍ତି ଯେ ମହାପ୍ରଭୁ ତାଙ୍କର ଦୁଃଖ ବୁଝିବେ ଓ ସେ ନିଶ୍ଚିତ ଭାବେ ସେନାରେ ଯୋଗ ଦେବେ। ସୌରଭଙ୍କ ଭାଇ ଅରୁଣ ସେଠୀ କହିଛନ୍ତି,“ ଚାକିରି ପାଇବା ଉଦ୍ଦେଶ୍ୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ।”

By amfnews

Related Post