Wed. Sep 9th, 2026

ମହାନଦୀରେ ଭାସିଗଲେ ହାତୀପଲ୍ଲ: ୭ ପହଞ୍ଚିିଲେ ଡମପଡ଼ାରେ, ୫ ନରାଜ ଆଡେ

220 Views

କଟକ/ବାରଙ୍ଗ: ଆଜି ସକାଳେ ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡୁଳି ନିକଟରେ ମହାନଦୀ ପାର ହେଉଥିବା ବେଳେ ନଦୀ ସ୍ରୋତରେ ୧୩ଟି ହାତୀ ଭାସିଯିବା ଘଟରା ଏବେ ଚର୍ଚ୍ଚା ହାଇଛି। ଭାସିଯାଇଥିବା ହାତୀପଲ ମଧ୍ୟରୁ ୭ଟି ଡମପଡ଼ା ଆଡକୁ ଆସିଥିବା ବେଳେ ଅନ୍ୟ ୬ଟି ମୁଣ୍ଡିଳି ବ୍ୟାରେଜ୍‌ ଗେଟ୍‌ ଦେଇ ମହାନଦୀକୁ ଯାଇ ନରାଜ ନିକଟ ବାଲିବନ୍ଧରେ କୂଳକୁ ଆସିଥିବା କୁହାଯାଉଛି।


ଆଜି ସକାଳେ ଆଠଗଡ଼ ବନାଞ୍ଚଳରୁ କନ୍ଦରପୁରଗଡ଼ା ଦେଇ ଭଗତପୁର ହାତୀ କରିଡ଼ର ଅତିକ୍ରମ କରି ଏକ ହାତୀ ପଲ ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆଡକୁ ଆସୁଥିବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ବିଶେଷ କରି ଏହି ହାତୀ ପଲ୍ଲ ମୁଣ୍ଡୁଳି ବ୍ୟାରେଜ୍‌ର ଗେଟ୍‌ ଦେଇ ମହାନଦୀରେ ଭାସିଯାଉଥିବା ଲୋକେ ଦେଖିଛନ୍ତି। ଏ ସମ୍ପର୍କରେ ଆଠଗଡ଼ ରେଞ୍ଜର କହିଛନ୍ତି ଯେ ୭ଟି ହାତୀପଲ୍ଲ ଡମପଡ଼ାରେ ପହଞ୍ଚିଛନ୍ତି। ଅନ୍ୟ ୫ଟି ନରାଜ ବିଲିବନ୍ଦ ଦେଇ ସିଡିଏ ପଟକୁ ଉଡିଥିବା କବର ମିଳିଛି। ଗୋଟିଏ ହାତୀ ଛୁଆ ମହାନଦୀରୁ ଫେରି ଆସି ଅନନ୍ତପୁର ଆଡକୁ ଚାଲିିଯାଇଛି।ତେବେ ପ୍ରବଳ କୁହୁଡ଼ି ଯୋଗୁଁ ହାତୀ ପଲ୍ଲଙ୍କ ଗତବିଧି ଟ୍ରାକିଂ ହୋଇ ପାରୁ ନ ଥିବା ଜଣାଯାଇଛି।

By amfnews

Related Post